Breaking News

ବାଲିଦୋକାନ ଛକରେ ପ୍ରଥମ କରି ଦୁର୍ଗାପୂଜା

କୋଣାର୍କ-------ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ବାଲିଦୋକାନ ଦୁର୍ଗା ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ମା ଦୁର୍ଗାଙ୍କ ଶାରଦୀୟ ପାର୍ବଣ ପୂଜା ଅନୁଷ୍ଠିତ ହେଉଛି।  ସଂଧ୍ୟାରେ ମହାମାୟୀ ଦଶ ଭୂଜା ଦୁର୍ଗା ଙ୍କ ଦଶହରା ଅବସରରେ ଚଳଚଞ୍ଚଳ ହୋଇଉଠିଛି  ।  ପୂଜା ମଣ୍ଡପରେ  ସଂଧ୍ୟା ଦର୍ଶନ ପାଇଁ ପୁରପଲ୍ଲୀ ରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ଭିଡ  ଲାଗିଛି । ମା ଦୁର୍ଗାଙ୍କ ନିକଟରେ ଶ୍ରଦ୍ଧାଳୁ ଭକ୍ତ ମାନେ ପୁଷ୍ପ, ଧୂପ ଦୀପ ଦବା ସହ ବିଭିନ୍ନ ଫଳମୂଳ  ଭୋଗ କରି ମା ଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ପୂଜା କାର୍ଯ୍ୟକ୍ରମ କୁ କମିଟି ର ସଭାପତି ଅମରେଶ୍ଵର ମହାରଣା, ସଂପାଦକ ମଙ୍ଗୁଳି ପାଢୀ,ଓ ପବିତ୍ର ବିଶ୍ଵାଳ, ଦେବରାଜ ଦାଶ, ଦିଲୀପ ନାୟକ ସମେତ ସଂଗଠନ ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । 
ନିମାପଡାରୁ ------ ଜୟନ୍ତ ସେଠୀ
 

Balidokana taer Pathama kari durgapuja

Blog Archive

Popular Posts