ଗାଦିବ୍ରହ୍ମ କଲେଜରେ ବଂଧୁ ମିଳନ
ଡେଲାଙ୍ଗ--–--- ଡେଲାଙ୍ଗ ଗାଦିବ୍ରହ୍ମ ଡିଗ୍ରୀ କଲେଜରେ ଏକ ବଂଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । କଲେଜର ୧୯୯୪ ଓ ୧୯୯୭ ମସିହାର ୪୦ ଜଣ ଛାତ୍ର ଛାତ୍ରୀ ମାନେ ଏଥିରେ ଯୋଗଦେଇ ନିଜ ନିଜ ମଧ୍ଯରେ ଭାବ ଆଦାନ ପ୍ରଦାନ କରିଥିଲେ । ସେ ଦିନର କଲେଜର ଅନୂଭୂତି ଓ କୈତେକ ଆଭୁଲା ସ୍ମୁତିକୁ ବଖାଣିଥିଲେ । ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବରେ ଯୋଗଦେଇ କଲେଜର ଅଧ୍ଯକ୍ଷ ସରୋଜ କୂମାର ପଣ୍ଡା କହିଥିଲେ ଯିଏ ଯେତେ ଉଚ୍ଚ ପଦରେ ରହିଲେ ମଧ୍ଯ ନିଜର ଅଧ୍ଯୟନ ସ୍ଥାନକୁ କେବେବି ଭୁଲିବ ନାହିଁ ବୋଲି ମତ ପ୍ରକାଶ କରିଥିଲେ । ସମ୍ବାନିତ ଅତିଥି ଭାବରେ ଅଧ୍ଯାପକ ଦେବାଶିଷ ରାୟ, ଲକ୍ଷ୍ମୀଧର ପାଇକରାୟ । ତ୍ରିନାଥ ପରିଡାଙ୍କ ସହ କଲେଜର କର୍ମଚାରି ମାନଙ୍କୁ
ପୁରାତନ ଛାତ୍ର ଛାତ୍ରୀ ମାନେ ଉପଢୈକନ ଓ ମାନପତ୍ର ଦେଇ ସମ୍ବଦ୍ଧିତ କରାଯାଇଥିଲା । ହରପିୟା ପାଇକରାୟ ଓ ମିହିର ରଂଜନ ମଲ୍ଳିକ ଶାରଦୀୟ ବଂଧୁ ମିଳନ ଉସ୍ଥବକୁ ପରିଚାଳନା କରିଥିଲେ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି