Breaking News

ମେଡିକାଲ ପ୍ରବେଶ ପଥରେ ଅବରୋଧ ହଟିଲା

ସାକ୍ଷୀଗୋପାଳ -– ଦୀର୍ଘଦିନ ଧରି ସତ୍ଯବାଦୀ ମେଡଡିକାଲ ପ୍ରବେଶ ପଥରେ ସାଇକେଲ ଓ ମଟର ସାଇକେଲ ଥୋଇ ରାସ୍ତା ଅବରୋଧ କରିଥିଲେ । ଏହି ରାସ୍ତ ଅବରୋଧକୁ ନେଇ ଅନେକ ଥର ପାଟିତୁଣ୍ଡ ହୋଇଥିବାର ନଜର ରହିଛି । ଏ ସମ୍ଫର୍କରେ ବ୍ଳକ ପ୍ରଶାସନ ସହ ବିଧାୟକଙ୍କୁ ମେଡିକାଲ ତରଫରୁ ଜଣାଇ ଥିଲେ ମଧ୍ଯ କୌଣସି ସୁଫଳ ମିଳିନଥିଲା । ସୋସୀଆଲ ମିଡିଆ ଓ ଖବର କାଗଜରେ ମେଡିକାଲ ପରିସର ସାଈକେଲ ଷ୍ଟାଣ୍ଡ ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲା । ଶୈଷରେ ସ୍ଥାନୀୟ ସ୍ବୋଚ୍ଛାସେବୀ ଯୁବକ ସୁରେଶ କୂମାର ସାହୁ , ରମା ବଲ୍ଳଭ ବରାଳ ଓ ଦୁଗେର୍ଷ ମିଶ୍ରଙ୍କ ସହ ମେଡିକାଲ ଇନିଚାର୍ଯ୍ଯ ଡ, ଲଲାଟେନ୍ଦୁ ନାୟକ ସତ୍ଯବାଦୀ ଥାନା ଅଧିକାରୀ ଜ୍ଯୋତି ପ୍ରକାଶ ସ୍ବାଇଁଙ୍କ ସହଯୋଗରେ ଅବରୋଧ ହଟିଥିଲା  । ଯୁବକ ମାନଙ୍କ ସହ ଦୂଇ ଜଣ ପୋଲିସ ଉପସ୍ଥିତିରେ ମେଡିକାଲକୁ ଆସୁଥିବା ଜନସାଧାରଣଙ୍କୁ ପାକିଂସ୍ଥାନରେ ଗାଡି ମଟର ରଖିବା ପାଇଁ ନିବେଦନ କରିଥିଲେ । ଏହା ସଫଳ ହେବାସହ ମେଡିକାଲ ପ୍ରବେଶ ପଥରେ କେହି ଗାଡି ସାଇକେଲ  ରଖିନଥିଲେ । ଯୂବକ ମାନଙ୍କର ଏହି ଜନସଚେତନାତକୂ ସତ୍ଯବାଦୀର ବୁଦ୍ଧିଜିବୀ  ମାନେ ଫ୍ରସଂଶା କରିଥିଲେ .। ଏହି ଜନସଚେତନତା  କାର୍ଯ୍ୟକ୍ରମ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ସୂରେଶ କୂମାର  ସାହୁଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳ -–ଧୀରେନ୍ଦ୍ର ସେନାପତି
Medical pariswarur hatila sbstaifa

Blog Archive

Popular Posts