ଆଜିର ଦିନରେ ସମସ୍ତଙ୍କର ଶିକ୍ଷା ଆବଶ୍ଯକ
କୋଣାର୍କ--–ଆଜିର ସମାଜରେ ସମସ୍ତଙ୍କୁ ଶିକ୍ଷିତ କରାଇବା । ସମସ୍ତେ ଶିକ୍ଷିତ ହୋଇ ଭାରତ ଗଢିତୋଳିବାରେ ସହୟାକ ହେବା । ଏହି ଉଦ୍ଦେଶ୍ୟ ରଖି ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ସରକାରୀ ବାଳିକା ବିଦ୍ୟାଳୟ ରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନିମାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାଜକିଶୋର ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରି ଅଜିର ସମାଜରେ ଶିକ୍ଷାର ଗୁରୁତ୍ୱ କେତେ ଅଛି ସେ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ ,କବି ଶଶାଙ୍କ ଶେଖର ଚୁଡ଼ାମଣି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ହୋତା , ସମାଜସେବୀ ସୁକାନ୍ତ କୁମାର ପ୍ରଧାନ , ବନମାଳୀ ଗୋଛୟତ, ବିଭୁକୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଶିବିରରେ ନିମାପଡ଼ା ବ୍ଲକର ୧୦ ଗୋଟି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ନିମାପଡାରୁ ---- ଜୟନ୍ତ ସେଠୀ