ସମୁଦ୍ରରେ ବୁଡିଯାଉଥିବା ସମୟରେ ଯୁବକ ଉଦ୍ଧାର
କୋଣାର୍କ–---ପୁରୀ ଜିଲ୍ଲା କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ସମୁଦ୍ରରେ ଗାଧୋଉଥିବା ସମୟରେ ଜଣେ ଯୁବକ ସମୁଦ୍ର କରେଣ୍ଟରେ ଭାସିଯାଉଥିଲେ । ତାଙ୍କ ସାଙ୍ଗମାନେ ଏହା ଦେଖି ପାଟି କରିବାରୁ ସ୍ଥାନୀୟ ବାସିନ୍ଦା ମାନଙ୍କ ମିଳିତ ଚେଷ୍ଟାରେ ଯୁବକଙ୍କୁ ଗୁରୂତର ଭାବରେ ଉଦ୍ଧାର କରିଥିଲେ । ତାଙ୍କ ଘର ଉତ୍ତର ପ୍ରଦେଶରେ ବୋଲି ଜଣାପଡିଛି । ଯୁବକ କୁ ପ୍ରଥମେ ବିକିସ୍ଥା ପାଇଁ କୋଣାର୍କ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ପୁରୀ ବଡ଼ ମେଡ଼ିକାଲରେ କୁ ସ୍ଥାନାନ୍ତରିତ କରାଯାଇଥିଲା । ନିମାପଡାରୁ ଜୟନ୍ତ କୁମାର ସେଠୀ