ସତ୍ଯବାଦୀ ବ୍ଳକରେ ରେଶନ କାର୍ଡ ବଣ୍ଟନ ମେଳା
ସାକ୍ଷୀଗୋପାଳ----- ସତ୍ଯବାଦୀ ବ୍ଳକ ପରିସରରେ ରେଶନ କାର୍ଡ ବଣ୍ଟନ ମେଳା ବିଧାୟକ ଉମାକାନ୍ତ ସାମନ୍ତରାୟ ଉଦ୍ଘାଟନ କରି ନିଜ ହାତରେ ଖାଉଟି କାର୍ଡ ବଣ୍ଟନ କରିଥିଲେ ।ଏହି ବଣ୍ଟନ ମେଳାରେ ବ୍ଳକ ଅଧ୍ଯକ୍ଷା ସସ୍ମିତା ପ୍ରଧାନ ସଭାପତିତ୍ବ କରିଥିଲେ । ବିଡିଓ ଗୌରବ ମୟ ପ୍ରଧାନ ବଣ୍ଟନ ମେଳାର ତାପର୍ଯ୍ଯ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଳାପରିଷଦ ସଭ୍ଯ ପହଲ୍ଳାଦ ଘଟୁଆରୀ ଓ ଧୁବ ଚରଣ ଦାଶ ଅନ୍ଯ ମାନଙ୍କ ମଧ୍ଯରେ ଯୁବ ସଂଗଠକ ଶଙ୍କର ପ୍ରଧାନ, ସୁରେଶ କୁମାର ସାହୁ ଓ ସୁନିଲ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ବ୍ଳକର ୨୪ଟି ପଞ୍ଚାୟତରୁ ପ୍ରଥମ ପର୍ଯ୍ଯାୟରେ ୬ଶହ ଜଣଙ୍କୁ ଖାଉଟି କାର୍ଡ ପ୍ରଦାନ କରାଯିବ ବୋଲି ଦାୟତ୍ବରେ ଥିବା ଡେଲାଙ୍ଗ ବ୍ଳକର ଯୋଗାଣ ବିଭାଗର ଅଧିକାରୀ ସୂଚନା ଦେଇଥିଲେ । ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ଯସଭ୍ଯା ମାନେ ଉପସ୍ଥିତ ରହିଥିଲେ । ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସମିତିସଭ୍ଯ ପ୍ରଶାନ୍ତ ମହାପାତ୍ର ଓ ଦୁଗଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରକାଶ ଖଟେଇ ବଣ୍ଟନମେଳାକୁ ସଂଯୋଜନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Rasana kadaa Bataan mela Satyabadi Block