ସତ୍ଯବାଦୀରେ ବିଶ୍ବ ଖାଦ୍ଯ ଦିବସ ପାଳନ
ସାକ୍ଷୀଗୋପାଳ –----- ବିରଗୋବିନ୍ଦପୁର ସ୍ଥିତ ଗ୍ରାମ କୃଷି ବିକାଶ ପରିଷଦର ମୁଖ୍ଯ କାର୍ଯ୍ଯାଳୟ ପରିସରରେ ବିଶ୍ବ ଖାଦ୍ଯ ଦିବଶ ପାଳିତ ହୋଇଯାଇଛି । ନାବାର୍ଡ ସହାୟତା ଯୋଗାଇ ଦେଇଥିଲା । ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହାନ୍ତାସିଂହ ଅତିଥି ପରିଚୟ ଓ ବିଶ୍ବ ଖାଦ୍ଯ ଦିବଶ ସମ୍ପର୍କେ ପ୍ରାରମ୍ଭିକ ସୁଚନା ଦେଇଥିଲେ । କାର୍ଯ୍ଯକ୍ରମ ଆରମ୍ଭରୁ କାର୍ଯ୍ଯାଳୟ ପରିସରରେ ଥିବା ଗୋପ୍ବନ୍ଧୁଙ୍କ ପ୍ରତିମୂତ୍ତିରେ ଅତିଥି ମାନେ ମାଲ୍ୟପର୍ଣ କରିଥିଲେ । ମୂଖ୍ଯବକ୍ତା ଭାବେ ଅତିରିକ୍ତ ସହକାରୀ ଦୁର୍ଗପତି ବିଷ୍ଠୁପଦ ଦାଶ ଯୋଗଦେଇ ବିଶ୍ବ ଖାଦ୍ଯ ଦିବସରେ ମହିଳା ମାନଙ୍କର ମୁଖ୍ଯ ଭୁମିକା ଅଛି ବୋଲି କହିଥିଲେ । ଗୌରୀ ଶଙ୍କର ସୀଂହାରୀ ମୁଖ୍ୟ ଅତିଥି ,ସମ୍ମାନିତ ଅତିଥୀ ଭାବରେ ମହିଳା ଶିଶୂ ବିକାଶ ମନ୍ତଣାଳୟର ଟ୍ରେନର ମନୋଜ କୂମାର ବାରିକ ପ୍ରମୁଖ ଯୋଗଦେଇଥିଲେ । ଆଦିବାସୀ ଓ ଦଳିତ ବିଭାଗର ଅତିରିକ୍ତ ସଚ୍ଚିବ ବିନୋଦ କୂମାର ପଣ୍ଡା ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ ।ବିଭିନ୍ନ ବ୍ଳକରୁ ଆସିଥିବା କୃଷକ କ୍ଳବ ଓ ମହିଳା ଗୋଷ୍ଠିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଗୋଷ୍ଠି ପକ୍ଷରୁ ଷ୍ଟଲ ଖୋଲିଥିଲା । ଶେଷରେ ଅନୁଷ୍ଠାନର କୋଷାଧ୍ଯକ୍ଷ ସଂଜୂକ୍ତା ପାହନ୍ତାସିଂହ ଧନ୍ଯବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Biswa