Breaking News

ଢଲେଇ ରାସ୍ତା କାମ ଆରମ୍ଭରୂ ଫାଟିକି ଦୁଇଫାଳ

ସାକ୍ଷୀଗୋପାଳ----ରାସ୍ତା କାମ ଅଳ୍ପ ବାଟ ହୋଇଛି ଗୋଡି ସିମେଣ୍ଟ ଢଲେଇ ରାସ୍ତା ଦୂଇଫାଳ ହୋଇ ଫାଟୀ ଯାଇଛି ।  ଏହା କନ୍ଦମାଳ ଅଞ୍ଚଳ ନୁହେଁ ଏହା ହୋଊଛି ପୁରୀ ଜିଲ୍ଳାରେ । ରାସ୍ତା ଏପରି ତିଆରୀ ହୋଇଛି ଯେ ସାଇକେଲ ଯିବାରୁ ରାସ୍ତା ଦୁଇଫାଳ ହୋଇଯାଊଛି । ଏହା ପୂଣି  ରାଜସ୍ଯ ମନ୍ତୀ ମହେଶ୍ବର ମହାନ୍ତିଙ୍କ ଅଞ୍ଚଳରେ ।  ଏହା ହୋଉଛି ବିଜେଡି ସରକାରଙ୍କ କାମ ।ସତ୍ଯବାଦୀ ବ୍ଳକର ଗବକୁଣ୍ଡ କଟ ବନ୍ଧ ନିକଟରୁ ଜମାରସୂଆଁ ଗ୍ରାମ ମୁଣ୍ଡ ପର୍ଯ୍ଯନ୍ତ ରାସ୍ତା ଦବୁଛି । ଏହିଠାରେ ବନ୍ଧ ଦୁଇ ବର୍ଷ ପରେ ଦବିଥିଲା । ଏହି ଖବର ପ୍ରସାରିତ ହେବା ପରେ ଜଳସେଚନର ପଦାଧୀକାରୀ ମାନେ ତଦନ୍ତ କରିଥିଲେ । ପରେ ରାଜସ୍ବ ମନ୍ତୀ ମହେଶ୍ଵର ମହାନ୍ତି ଉକ୍ତ ସ୍ଥାନ ପରିଦର୍ଶନ କରି ଏକ ବୈଠକ କରି ଆଧୀକାରିଙ୍କ କଥା ଅନୂଯାୟୀ ବନ୍ଧରେ ମାଟି ପକାଯିବା ସହ ପଥର ପ୍ଯାକିଂ କରିଯାଇଥିଲା । ଏବେ ଏହି ବନ୍ଧ ରାସ୍ତାରେ ଗୋଡି ସିମେଣ୍ଟ ଢଲେଇ ରାସ୍ତା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ
ଏକ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି  ଏବେ ଏହା ପାଣିରେ ପଡିଲା ବୋଲି ସ୍ଥାନୀୟ ଅଞ୍ଚଳ ବାସୀ ମାନେ କହନ୍ତି  ।। ପୁରୀ ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତୀ ଓ ସହକାରୀ ଯନ୍ତୀଙ୍କ ଅବହେଳାରୁ ରାଜ୍ଯ ସରକାର ଏକ କୋଟି ଟଙ୍କା ପାଣିରେ ପଡିଲା ବୋଲି ଜନସାଧାରଣରେ ଆଲୋଚନା ହୋଉଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରିବା ପାଇଁ ଦାବୀ କରିବା ସହ ଏହାକୁ ନେଇ ବିରୋଧୀ ଦଳ ଆନ୍ଦୋଳନ ପାଇଁ ସଜବାଜ ହୋଉଥିବା ଜଣାପଡିଛି । 
ସାକ୍ଷୀଗୋପାଳ----ଧୀରେନ୍ଦ୍ର ସେନାପତି। 

Nadhi bandha rea godi simeant daeali rasata 2fala

Blog Archive

Popular Posts