ଦୁଇ ମଟର ସାଇକେଲ ମଧ୍ଯରେ ମୁହାଁମୁହିଁ ଧକ୍କା : ୩ ଆହତ
କୋଣାର୍କ ----- କୋଣାର୍କ ---କାକଟପୁର ମୁଖ୍ୟ ରାସ୍ତା ଇଶାନେସ୍ୱର ଛକଠାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ହେଲେ ଦୁର୍ଯ୍ୟୋଧନ କାଣ୍ଡି, ଜଗନ୍ନାଥ କାଣ୍ଡି,ଛବି କାଣ୍ଡି ପ୍ରଥମେ ସେମାନଙ୍କୁ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯିଇଥିଲା ସେଠାରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କାକଟପୁରର ଆସୁଥିବା ବାଇକ୍ ଦ୍ରୁତଗତିରେ ଆସିବା ଫଳରେ ନିଜର ଭାରସାମ୍ଯ ହରାଇ କୋଣାର୍କରୁ ଆସୁଥିବା ବାଇକ୍ କି ଧକ୍କା ଦେଇଥିଲା। କୋଣାର୍କ ପଟୁ ଆସୂଥିବା ଗାଡ଼ି ଚାଳକ ଓ ପଛରେ ବସିଥିବା ଯୁବକ ରାସ୍ତା ରେ ଛିଟିକି ପଡିଥିଲେ ।ଏହା ଦେଖି ସ୍ଥାନୀୟ ବାସିନ୍ଦା ପ୍ରଥମେ ଚମ୍ପାହାର ଅଗ୍ନିଶମ ବିଭାଗ କୁ ଫୋନ କରିଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଆହତ ତିନି ବ୍ୟକ୍ତିଙ୍କୁ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା । ଖବର ପାଇ ଘଟଣାସ୍ଥଳରେ କୋଣାର୍କ ପୋଲିସ ପହଞ୍ଚି ଦୁର୍ଘଟଣା ଗସ୍ତ ଦୁଇଟି ମଟର ସାଇକେଲକୁ ଜବତ କରିବାସହ ତଦନ୍ତ ଜାରି ରହିଛି । ନିମାପଡାରୁ ---- ଜୟନ୍ତ ସେଠୀ
Motorcycle Accident :