ଘୋରଡିଆ ମଣ୍ଡଳ ସ୍ଥରୀୟ କାର୍ଯ୍ଯକାରିଣୀ ବୈଠକ
ଡେଲାଙ୍ଗ----ଅରିଶଲ ଗ୍ରାମ ପଞ୍ଚାୟତର ନାରପୂର ମହାବୀର ମନ୍ଦିର ପ୍ରାଙ୍ଗଣରେ ଡେଲାଙ୍ଗ ଘୋରଡିଆ ମଣ୍ଢଳ ସ୍ତରୀୟ ବୈଠକ ଅନୁଷ୍ଠିତ୍ ହୋଇଯାଇଛି ।ଏଥିରେ ମଣ୍ଡଳ ସଭାପତି ଦିଲ୍ଳିପ ଧାଉଡିଆ ସଭାପତିତ୍ବ କରିଥିଲେ । ମୁଖ୍ଯ ଅତିଥି ଭାବରେ ଆଶିତ ପଟ୍ଟନାୟକ ,ସମ୍ମାନୀତ ଅତିଥିଭାବରେ ଆରତ ବନ୍ଦୂ ପୁଷ୍ଟି ,କୃତିବାସ ମହାପାତ୍ର ପ୍ରମୂଖ ଯୋଗଦେଇଥିଲେ । ପ୍ରଧାନମନ୍ତୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ ଯୁବକ ବିଜେପି ଦଳରେ ସାମିଲ ହୋଇଥିଲେ।ସେମାନଙ୍କୁ ଅତିଥି ମାନେ ଦଳୀୟ ଟୋପି ଓ ଉତରୀୟ ଦେଇ ଦଳରେ ସାମିଲ କରିଥିଲେ । ଡେଲାଙ୍ଗ ବ୍ଳକରେ ରାଶନକାର୍ଡ , ବୀଜୁପକ୍କା ଘର ଓ ବିଭିନ୍ନ ଯୋଜନାରେ ଅନିୟମିତତାକୂ ନେଇ ବ୍ଳକ କାର୍ଯ୍ଯାଳୟ ଆଗରେ ୩୦ତାରିଖରେ ବିକ୍ଷୋଭ କରାଯିବ ବୋଲି ମଣ୍ଡଳ ସଭାପତି ଜଣାଇଛନ୍ତି । ଏହା ସହିତ ସାଂଗଠନିକ ମଜବୁତ କରିବା ପାଇଁ ଆଲୋଚନା କରାଯାଈଥିଲା ।ଅନ୍ୟମାନଙ୍କ ମଧ୍ୟରେ ମନୋଜ ହରିଚ୍ରନ୍ଦ୍ରନ
,ଲଡୁ କିଶୋର ରାୟ ,ବେଣୁଧର ମଙ୍ଗରାଜ ଓ ଭିମସେନ ଜେନା ପ୍ରମୁଖ ଉପସ୍ଥିତ ରହି ଥିଲେ ।