ବିଜୁ ଯୁବ ବାହୀନ ପକ୍ଷରୁ ଜନ ସଚେତନତା ସହ ପୋଖରୀରୁ ଦଳସଫା ଆରମ୍ଭ
ସାକ୍ଷୀଗୋପାଳ----- ସତ୍ଯବାଦୀ ବ୍ଳକର ଆଳିଶ ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହୀନି ପକ୍ଷରୁ ଚୁରାଳି ଗ୍ରାମରେ ଥିବା ଦଳପୂର୍ଣ୍ଣ ଡୋମ ପୋଖରୀରୁ ଦଳ ସଫା କାର୍ଯ୍ଯକ୍ରମ ଆରମ୍ଭ କରିଛି । ଉକ୍ତ ପୋଖରୀ ଦୂଇ ବର୍ଷରୁ ଅଧିକ ଦିନ ଦଳ ପୂର୍ଣ୍ଣ ହୋଇ ପଡିଥିଲା । ଗ୍ରାମବାସି ମାନେ ଦଳପୂର୍ଣ୍ଣ ପୋଖରି ପାଣି ବ୍ଯବହାର କରିବା ସହ ବିଭିନ୍ନ ରୋଗରେ ପଡୁଥିଲେ । ଏହାକୁ ନଜର କରି ପଞ୍ଚାୟତରେ ଗଠନ କରାଯାଇଥିବା ବିଜୁ ଯୁବ ବାହୀନିର ସମ୍ପାଦକ ତାପସ ରଞ୍ଜନ ପରିଡାଙ୍କ ନେତୃତ୍ବ ରେ ପୋଖରିରୁ ଦଳ ସଫା କରାଯିବା ସହ , ବୃକ୍ଷ ରୋପଣ , ପରିବେଷ ସୁରକ୍ଷା , ନିଶା ନିବାରଣ ଓ ବାହାରେ ମଳତ୍ୟଗ ନ କରିବା ଆଦି ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନତା କରାଯାଇଥିଲା । ଅନ୍ଯ ମାନଙ୍କ ମଧ୍ଯରେ ବିକାଶ ପ୍ରଧାନ, ତପନ ଜେନା ,ସୁଜିତ କୁମାର ପ୍ରଧାନ ,ବଚନ ବସ୍ତି ,ମିଥୁନ ବସ୍ତି,,ଅମୂଲ୍ଯ ବସ୍ତ ଓ ଭାଗୀ ବସ୍ତି ପ୍ରମୁଖ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ---- ଧୀରେନ୍ଦ୍ର ସେନାପତି
Aalisa Biju Juba bhaini pakhrua Dala safeiea