ରୟାଲ ଡେଲାଙ୍ଗ ୨୨୨ ନୁତନ ଢଙ୍ଗରେ ଦଶହରା ପାଳନ କଲା
ଡେଲାଙ୍ଗ----- ଆଜି ପବିତ୍ର ଦଶହରା ପର୍ବ ରାଜ୍ଯରେ ପାଳନ କରାଯାଉଛି । ଘରେ ଘରେ ପିଠାପଣା ସାଙ୍ଗକୁ ଦେକାନ ବଜାର ସବୁଠାରେ ଦଶହରା ପର୍ବ ପାଳିତ ହୋଇଛି । ମାତ୍ର ରୟାଲ ଡେଲାଙ୍ଗ---୨୨୨ ସ୍ବୋଚ୍ଛାସେବୀ ସଂଗଠନ ଦଶହରାରେ ତାର ସଭ୍ଯ ମାନଙ୍କୁ ନେଇ ଆରମ୍ଭ କରିଛି ସଫେଇ କାର୍ଯ୍ଯକ୍ରମ । ପଟ୍ଟନାୟିକିଆ---ଡେଲାଙ୍ଗ ରାସ୍ତାର ହୁମର ଛକ ନିକଟରେ ଥିବା ମା ବିଲ କେନ୍ଦେଶ୍ବରୀ ଠାକୁରାଣିଙ୍କ ପୀଠର ଚତୁପାର୍ଶ୍ବ ରେ ପଡିଥିବା ଅଇଁଠାଖଲି ,ପଲିଥିନି, ବିଭିନ୍ନ ବାଜ୍ଯବସ୍ତୁ ଗୁଡିକ ସଫା କରୀଥିଲେ । ଏହି ସଫେଇ ଦେଖି ଜନସାଧାରଣ ମାନେ ଯୂବକ ମାନଙ୍କୁ କହିଥିଲେ ଅଞ୍ଚଳରେ ଥିବା ବିଭିନ୍ନ ମଠ ମନ୍ଦିର ଗୁଡିକ ସଫେଇ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ସଫେଇ କାର୍ଯ୍ଯକ୍ରମକୁ ରୟାଲ ଡେଲାଙ୍ଗ ୨୨୨ ଯୁବକ ସଂଘର ସଭାପତି ସମୟ ରଞ୍ଜନ ବିଶ୍ବାଳଙ୍କ ନେତୃତ୍ବରେ ୪୦ଜଣ ଯୁବକ ସଫେଇରେ ଅଂଶ ଗ୍ରହଣ କରିଥିଲେ । ଅନ୍ଯ ମାନଙ୍କ ମଧ୍ଯରେ ସୁନିଲ ମଲ୍ଳିକ, ସୁକାନ୍ତ ଜେନା, ସବେଶ୍ଵର ସ୍ବାଇଁ, ସ୍ମୁତି ରଞ୍ଜନ ପଣ୍ଡା ଓ ବିଶ୍ବ ସେଠୀ ପ୍ରମୁଖ ସଫେଇରେ ସହଯୋଗ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Ma keandesari Manidar safeai