ଡେଲାଙ୍ଗରେ ବାଲ୍ଯ ବିବାହ , ରୋକ ଲଗାଇଲା ଡେଲାଙ୍ଗ ପ୍ରଶାସନ
ଡେଲାଙ୍ଗ----- ଡେଲାଙ୍ଗ ଥାନା ଅନ୍ତର୍ଗତ ଡାକପଡା ଗ୍ରାମରେ ଥିବା ମନ୍ଦିରରେ ଏକ ବାଲ୍ଯ ବିବାହ କରାଯାଉଥିଲା । ଏହି ଖବର ପାଇ ଡେଲାଙ୍ଗ ମହିଳା ଶିଶୁ ବିକାଶ ପ୍ରକଳ୍ପର ଅଧିକାରିଣୀ କାମିନି ପ୍ରଭା ସ୍ବାଇଁ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଏବଂ ସମସ୍ତ ଘଟଣା ସମ୍ପର୍କରେ ଜିଲ୍ଳା ସି ଡ୍ଯୁସି ଙ୍କୁ ଜଣାଇଥିଲେ । ଡେଲାଙ୍ଗ ମିଶନ ଶକ୍ତି ମହାସଂଘର ସମ୍ପାଦିକା ବାସନ୍ତି ସାହୁ , ଥାନା ଆଇଆଇସି ଅଶିତ ରଁଜନ ମହାନ୍ତି ,ସିଡିପିଓ ଓ ସି ଡ୍ଯୁ ସି ସେଠାରେ ପହଞ୍ଚି ପୁଅ ଓ ଝିଅ ପରିବାରଙ୍କୁ ନୋଟିସ ଦିଆଯାଇଛି । ତଦନ୍ତ କମିଟି ଆଗରେ ହାଜର ହୋଇ ନିଜ ନିଜର ମତ ରଖିବେ । ଦୋଷୀ ସାବ୍ଯସ୍ତ ହେଲେ ଆଇନ ଅନୁଯାୟୀ କାର୍ଯ୍ଯନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି । ଡେଲାଙ୍ଗରୁ ----ଧୀରେନ୍ଦ୍ର ସେନାପତି