ସତ୍ଯବାଦୀରେ ଗୋପବନ୍ଧୁ ଜ୍ଯୋତି ଯାତ୍ରାକୁ ସ୍ବାଗତ
ସାକ୍ଷୀଗୋପାଳ-–-- ସମାଜ ଅନୁଷ୍ଠାନ ପକ୍ଷରୁ ପ୍ରଣାମ ମାତୃଭୂମି ତଥା ଗୋପବନ୍ଧୁଙ୍କ ଜ୍ଯୋତି ଯାତ୍ରା ଆଜି ସତ୍ଯବାଦୀରେ ପହଞ୍ଚିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯାଇଥିଲା । ସତ୍ଯବାଦୀ ହାଇସ୍କୁଲରେ ଗୋପବନ୍ଧୁ ଶେଷ ନିଶ୍ବାସ ତ୍ଯଗ କରିଥିବା ପିଣ୍ଡୀରେ କିଛି ସମୟ ଜ୍ଯୋତି ରହିଥିଲା ବିଦ୍ଯାଳୟର ଭାରପ୍ରାପ୍ତ ଶିକ୍ଷକ ବିଜୟ କୁମାର ପରିଡା, ସତ୍ଯବାଦୀ ଦାଶ, ସୁଚିତ୍ର ଖଟେଇ , ଦୀପା ମୁଦ୍ରା ଗୁରୁ, ପ୍ରଶାନ୍ତ କୁମାର ତ୍ରିପାଠୀ ଙ୍କ ସହ ନକୁଳ ସାହୁ,ଶିଖର ମହାପାତ୍ର ଓ ସମାଜସେବୀ ରତିକାନ୍ତ ମିଶ୍ର, ଆଲୋକ ଖୁଣ୍ଠିଆ ପ୍ରମୁଖ ଧୂପ,ଦୀପ ଓଫୁଲମାଳ ଦେଇ ସ୍ବାଗତ କରିଥିଲେ । ବିଦ୍ଯାଳୟ ପରିସରରୁ ଗୋପବନ୍ଧୁ ଅମର ରହେ ସ୍କୋଗାନ ଦେଇ ଜ୍ଯୋତିରଥକୁ ବକୁଳବନ ସ୍ଥିତ ପଞ୍ଚସଖାଙ୍କ ସମାଧିପୀଠକୁ ଯାଇଥିଲା । ଜ୍ଯୋତି ଯାତ୍ରାରେ ଆସିଥିବା ଅତିଥି ତଥା ଲୋକସେବକ ମଣ୍ଡଳର କଟକ ଶାଖାର ସମ୍ପାଦକ ଡ.ପ୍ରଭାସ ଆଚାର୍ଯ୍ଯ ଓସଚିକାନ୍ତ ରାଉତ ଙ୍କ ସହ ସମାଜର ପୁରୀ ଜିଲ୍ଳା ପ୍ରତିନିଧୀ ଜଗନ୍ନାଥ ବସ୍ତିଆ ପ୍ରମୁଖ ସମାଧୀ ପୀଠରେ ପୂଷ୍ପମାଲ୍ଯ ଦେଇ ଜ୍ଯୋତିରଥ ବାଇପାସ ରାସ୍ତାରେ ଯିବା ସଯୟରେ ସାକ୍ଷୀଗୋପାଳ ମହାବିଦ୍ଯୀଳୟର ଅଧ୍ଯକ୍ଷ ରାଜେନ୍ଧ୍ର କୁମାର ଚକ୍ର ଓ ଅଧ୍ୟାପିକା, ଅଧ୍ଯାପକ ଓ କର୍ମଚାରୀ ମାନେ ଜ୍ଯୋତିରଥକୁ ସ୍ବାଗତ କରିଥିଲେ । ପରେପରେ କଲେଜ ଛକରୁ ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ଯ ନୃତ୍ଯ ପରିଷଦ ଓ ଗୋପବନ୍ଧୁ ପ୍ରେମୀ ମାନେ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ ପରିସରକୁ ପାଛୋଟି ନେଇଥିଲେ । ସେଠାରେ ଜନସାଧାରଣଙ୍କ ଦର୍ଶନ ପାଇଁ କିଛି ସମୟ ପାଇଁ ରଖାଯାଇଥିଲା । ସେଠାରେ ସଂଘ ପରିଚାଳନା କମିଟିର ଅଧ୍ୟକ୍ଷ ପଦ୍ମଶ୍ରା ଭବାନି ଚରଣ ପଟ୍ଟନାୟକ , ସୂର୍ଯ୍ଯ ରଥ, ଅଶୋକ ବେହେରା, ପ୍ରତାପ କୁମାର ପାହାନ୍ତସିଂହ ଓ ଗୋପବନ୍ଧୁଙ୍କ ଦାୟଦ ଧୀରେନ୍ଦ୍ର ନାଥ ଦାସ ପ୍ରମୁଖ ଜ୍ଯୋତିକୁ ଧୂପ,ଦୀପ ଓ ଫୁଲମାଳ ଦେଇ ସ୍ବାଗତ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସୁତି ଚାରଣସଭା ଆୟୋଜନ କରାଯାଇଥିଲା । ଏଥିରେ ଅତିଥି ମାନେ ଗୋପବନ୍ଧୁଙ୍କ ନୀତି ଓ ଆଦର୍ଶ କୁ ପାଥେୟ କରି ଲେ ନିଜ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ଅତଥିମାନେ ଆଶ୍ରମ ପରିସରରେ ବୃକ୍ଷ ରୋପଣ କରିଥିଲେ ।। କାଦୁଆ ପ୍ରାଥମିକ ବିଦ୍ଯାଳୟର ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଂଗୀତ ଗାନ କରିବା ସହ ଗୋପବନ୍ଧୁଙ୍କ ଜିବନୀ ଉପରେ ବକ୍ତୁତା ପ୍ରଦାନ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
SATYABADIRE GOPABANDU JYOTI JATRA KU SWAGAT
BY - DHIRENDRA SENAPAT ( SAKHIGOPAL )
SAKHIGOPAL NEWS