Breaking News

କୋର୍ଣାକରେ ତିତିଲ ଭୟ ସୃଷ୍ଟି

କୋଣାର୍କ -----ପୂର୍ବ ବଙ୍ଗୋପସାଗର ରେ ଦାନା ବାନ୍ଧୁଚି ଆଉ ଏକ ବାତ୍ୟା। ଆଉ କେତେ  ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଡ୍ବିପ୍ରସନରେ ପରିଣତ ହେବା । ଏହାକୁ ନେଇ କୋଣାର୍କ  ସମୁଦ୍ର କୁଳିଆ ଗ୍ରାମର ଗାମବାସୀ ମାନେ ଆତଙ୍କିତ ଅଛନ୍ତି l  କୋଣାର୍କ ସମୁଦ୍ର କୁଳିଆ ଆଠ ଖଣ୍ଡ ଗ୍ରାମର ଗ୍ରାମବାସୀ ମାନେ ଏବେ ଭୟ ଭୀତରେ ଅଛନ୍ତି l  ଚନ୍ଦ୍ର ଭାଗା ନୋଳିଆ ସାହି ଗ୍ରାମ ବାସୀ ଓ ସମୁଦ୍ର କୂଳରେ ବସବାସ କରୁଥିବା ପରିବାର  ଗୁଡିକ ଅଧିକ ଆତଙ୍କିତ ଅଛନ୍ତି l  ସମୁଦ୍ର କୁଳରେ ନୋଳିଆ ସାହିରେ ବସବାସ  କରୁଥିବା ପ୍ରାୟ ୨୫ଶହ ମସ୍ଯଯିବି ମାନେ କଣ କରିବେ ଏବେ ଚିନ୍ତାରେ ସମୟ କଟାଉଛନ୍ତି   l ଅନ୍ଯପକ୍ଷେ ସତର୍କ ସୂଚନା  ଦିଆ ଯାଇଥିଲେ ମଧ୍ୟ ସେମାନଙ୍କୁ  ନିରପଦା ସ୍ଥାନକୁ ନିଆଯାଇନାହିଁ l ଏପଟେ ସମୁଦ୍ର ର ଢେଉ ଜୋର ରେ ହେଉଥିବାରୁ ଚନ୍ଦ୍ରଭାଗା   ବେଳାମାର୍ଗରେ ପର୍ଯ୍ୟଟକ ଶୁନ ହୋଇଯାଇଛନ୍ତି l   ଆଜି ପୁରୀ ଜିଲ୍ଲାପାଳ  କୋଣାର୍କ ନୋଳିଆ ସାହିବୁଲି ଲୋକମାନଙ୍କୁ ସତର୍କ ରହିବାକୁ କହିବାସହ ବାତ୍ୟା ଆଶ୍ରୟ ସ୍ତଳୀ କୁ ଯିବାପାଇଁ ପରାମର୍ଶ ଦେଇଛନ୍ତି l  ଏବଂ ତିତଲୀ ର ମୁକାବିଲା କରିବାପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ଅଛି ବୋଲି ଜିଲାପାଳ ଜ୍ଯୋତି ପ୍ରକାଶ ଦାଶ କହିଛନ୍ତି  l ନିମାପଡାରୁ ଜୟନ୍ତ ସେଠୀ

Blog Archive

Popular Posts