Breaking News

ବାଲି ବୋଝୋଇ ଟ୍ରାକ୍ଟର ଧକ୍କାରେ ଯୂବକ ଗୁରୁତର

କୋଣାର୍କ------ କୋଣାର୍କ - ପୁରୀ ରାସ୍ତାର ହେଲିପ୍ଯାଡରୁ  ଏକ ଟ୍ରାକ୍ଟର ବାଲି ଆଣି  ଫେରୁଥିବା ବାଟରେ  କୋଣାର୍କ ରାସ୍ତା ରିଙ୍ଗୀରୋଡ ପାଖରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲା । ଉକ୍ତ ରାସ୍ତାରେ ପାର୍କିଂ  ଷ୍ଟାଣ୍ଡରେ ପାର୍କିଂ ଫି ଆଦାୟ କରୁଥିବା ସମୟରେ ଯାପାନୀ ମୀରୀଖାନଙ୍କୁ ଟ୍ରାକ୍ଟର  ଧକ୍କା ଦେଇଥିଲା।  ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଚାଳକ ଗାଡି ଛାଡି ଫେରାର ହୋଇଯାଇଛି । ଯାପାନୀଙ୍କୁ ପ୍ରଥମେ କୋଣାର୍କ ମେଡିକାଲ ପରେ ଗୋପ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁତର ଅବସ୍ଥାରେ ଚିକିସ୍ଥା କରାଯାଇଥିଲା । ପାର୍କିଂ  ସ୍ଥାନଟି ସଂକୀର୍ଣ୍ଣ ହୋଇଥିବାରୁ ପର୍ଯ୍ୟଟକ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବାରୁ ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିଲେ । ନିମାପଡାରୁ ଜୟନ୍ତ ସେଠୀ

Blog Archive

Popular Posts