Breaking News

ସରପଞ୍ଚ ସ୍ବାମୀଙ୍କର ଦେହାନ୍ତ

ପିପିଲି–----
ପିପିଲି ବ୍ଳକର ହାଟସାହି ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ଏସ୍ କେ ସରଫୁଦିନ(ବାବେନା)45 ଙ୍କର  କଟକ ବଡ ମେଡିକାଲରେ ଦେହାନ୍ତ ହୋଇଯାଇଛି । ଏହି ଖବର ପ୍ରସାରିତ ହେବାପରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ସେ ଜଣେ ବିଜେଡି ଦଳର  ଟାଣୁଆ ନେତା ଓ ସଂଗଠକ ଭାବରେ ବେଶ ଜଣାଶୁଣା ଥିଲେ । ସେ କିଛିଦିନ ହେବ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସା ହେଉଥିଲେ । ଆଜି ସକାଳ୯ଟାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।  ତାଙ୍କ ମୃତ୍ୟୁ ଖବର ପାଇ ପଞ୍ଚାୟତରାଜମନ୍ତ୍ରୀ ପ୍ରଦୀପ ମହାରଥୀ ଙ୍କ ସମେତ ପିପିଲି ଓ ଡେଲାଙ୍ଗର ରାଜନୈତିକ ନେତାଙ୍କ ସହ  ବହୁମାନ୍ଯଗଣ ବ୍ଯକ୍ତି ତାଙ୍କ ନିଜସ୍ବ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ଯ ଦେଇ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ପିପିଲିରୁ  ------ବିଜୟ ମହାପାତ୍ର

Sarapanchka suamiknhra death

Blog Archive

Popular Posts