ବିଜେଡିର ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ
ଡେଲାଙ୍ଗ ---- ଅକ୍ଟୋବର ୨ତାରିଖରୁ ପ୍ରବିତ୍ର ୧୫୦ତମ ଗାନ୍ଧୀ ଜୟନ୍ତୀ ଅବସରରେ ବେରବୋଇ ଗାନ୍ଧୀ ପୀଠରୁ କୃଷି ଓ ପଞ୍ଚାୟତ ରାଜ ମନ୍ତୀ ପ୍ରଦିପ ମହାରଥୀ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଛନ୍ତି । ବିଜେଡି ସରକାରଙ୍କର ଜନ ହିତକର କାର୍ଯ୍ଯକ୍ରମ ପତି ପରିବାର ପାଖରେ ପହଞ୍ଚାଇବା ଏହି ପଦଯାତ୍ରାର ମୁଖ୍ଯ ଲକ୍ଷ୍ୟ । ବିଶେଷ କରି ଆମ ଗାଁ ଆମ ବିକାଶର କଥା ନେଇ ଆରମ୍ଭ ହୋଇଛି ପଦଯାତ୍ରା । ପଦଯାତ୍ରାରେ ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗି ଜେନା,ବ୍ଳକ ଅଧ୍ଯକ୍ଷ ପ୍ରସନ୍ନ ସାହୁ , ମଳୟ ମହାନ୍ତି, ଦେବାଶିଷ ନନ୍ଦ, ପୁଷ୍ପିଞ୍ଜଳୀ ସାମଲ ଜିଲ୍ଳା ପରିଷଦ ସଭ୍ଯ ମଭ୍ଯା ,ପିପିଲି ବ୍ଳକର ଆମ୍ମାର ସଭାପତି ତଥା ତେଇଶିପୁର ପଞ୍ଚାୟତର ସମିତିସଭ୍ଯ ,ପିପିଲି ବ୍ଳକର ବିଜେଡି ଦଳର ସଭାପତି ପ୍ରଫୁଲ ସ୍ବାଇଁ , କିଶୋର ଛୋଟରାୟ ବିଜେଡି ପୁରୀ ଜିଲ୍ଳାର ସାଧାରଣ ସମ୍ପାଦକ, ପିପିଲି ବ୍ଳକର ଉପାଧ୍ଯକ୍ଷ ଯୁଧିଷ୍ଠିର ସ୍ବାଇଁ,ଡେଲାଙ୍ଗ ମହିଳା ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁଙ୍କ ସହିତ ମହିଳା ଗୋଷ୍ଠୀ ଓ ଡେଲାଙ୍ଗ ବ୍ଳକର ସରପଞ୍ଚ, ସମିତିସଭ୍ଯ ସଭ୍ଯା ପ୍ରାୟ ତିନି ହଜାରରୁ ଅଧିକ ପୁରୁଷ ମହିଳା ଯୋଗଦେଇଥିଲେ । ଏହି ଅବସରରେ ଡେଲାଙ୍ଗ ହାଟ ବଜାରରେ ଏକ ପଥପାନ୍ତ ସଭା କରାଯାଇଥିଲା । ଏଥିରେ ଡେଲାଙ୍ଗ ବ୍ଳକର ଆମ୍ମାର ପୂର୍ବତନର ଅଧ୍ଯକ୍ଷ ବସନ୍ତ ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ । ଏହି ପ୍ରଥପାନ୍ତ ସଭାରେ ଡେଲାଙ୍ଗ ବ୍ଳକର ବିଜେଡି ସଭାପତି କରିଥିଲେ ବୈରାଗି ଜେନା । ଏହି ସଭାରେ ପଦଯାତ୍ରାରେ ଯୋଗ ଦେଇଥିବାକରିଥିଲେ । ଅତିଥି ମାନେ ଏଠାରେ ଯୋଗଦେଇ କେନ୍ଦ୍ର ସରକାର ଓ କଂଗ୍ରେସ ବିରୁଧରେ ନାରାବାଜି ଦେଇଥିଲେ । ବିଜେଡି ସରକାରଙ୍କ ଦ୍ବାରା ଅନୁଷ୍ଠିତ ଜନ ହିତକର କାର୍ଯ୍ଯକ୍ରମ ସମ୍ପର୍କେ ମତ ରଖିଥିଲେ । ଶେଷରେ ମନ୍ତୀ ଶ୍ରୀମହାରଥୀ କହିଥିଲେ । ବଞ୍ଚିତ ହୋଇଥିବା ରାଶନ କାର୍ଡରୁ ପରିବାର ଆଜି ଏକ ଟଙ୍କାରେ ଚାଉଳ କାର୍ଡ ଯୋଗାଇ ଦିଆଯାଇଛି । ଆସନ୍ତା ୫ ତାରିଖରେ ଡେଲାଙ୍ଗ ବ୍ଳକର ମହତାବ ହାଇସ୍କୁଲ ପରିସରରେ ଆମ ଗାଁ ଆମ ବିକାଶ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ ବୋଲି ମନ୍ତୀ ଘୋଷଣା କରିଥିଲେ ।ସମ୍ବାଦଦାତା ଧୀରେନ୍ଦ୍
BJD RA JANA SAMAPARKA PADAJATRARA SUBHARAMBHA
DELANGA
BY - DHIRENDRA SENAPATI
SAKHIGOPAL NEWS