Breaking News

ଦଶହରାରେ ଚାପ ଖେଳିଲେ ଠାକୁର

Hସାକ୍ଷୀଗୋପାଳ------ ସତ୍ୟବାଦୀର ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମରେ ପୂଜିତ ବାଲୁଙ୍କେଶ୍ବର ଦେବଙ୍କ ଠାରୁ ନିମନ୍ତଣ ପାଇ ଉଗ୍ରତାରା, ତାରେଣି ଓଷଷ୍ଠିଦେବୀ ଷୋଳପୂଜାରୁ ନିଜ ମନ୍ଦିର ଛାଡି ବାଲୁଙ୍କେଶ୍ଵର ଦେବଙ୍କ  ପୀଠରେ ପୂଜା ପାଉଥିଲେ । ଆଜି ଦଶହରା ଅବସରରେ  ସୁସଜିତ ବିମାନରେ ବାହାରିଥଲେ । ପରମ୍ପରା ଅନୁଯାୟୀ ବିମାନରେ ଆସିଥିବା ଠାକୂରାଣୀ ଓ ବାଲୁଙ୍କେଶ୍ବର ଦେବ ଙ୍କ ପ୍ରତିନିଧି  ଠାକୁର ବଳପୁର ଶାସନ, ବେହେରାସାହି ଓ ପଣ୍ଡାସାହିରେ  ଦୁଆରିଭୋଗ ଖାଇଥିଲେ । ପରେପରେ ଭାର୍ଗବୀ ନଦୀରେ ଡଙ୍ଗାରେ
ଚାପ ଖେଳିଥିଲେ ।  ସେହି ଡଙ୍ଗାରେ ବସିକି ନିଜ ନ ଗ୍ରାମ ମୁଣ୍ଡରେ ଓହ୍ଳାଇଥିଲେ । ସେଠାରେ ଅପେକ୍ଷାରତ ସେବାୟତ ନିଜ ନିଜ ଦେବୀ ମାଙ୍କ ମନ୍ଦିରକୁ ବିଜେ କରାଇଥିଲେ ।  ଏହି ଚାପ ଖେଳ ଦେଖିବା ପାଇଁ ନଦୀବନ୍ଦର ଉଭୟ ପାଶ୍ବରେ ଭକ୍ତଙ୍କର ଗହଳି ଲାଗିଥିଲା  । ସାକ୍ଷୀଗୋପାଳ-----ଧୀରେନ୍ଦ୍ର ସେନାପତି

Chapa  khaliera

Blog Archive

Popular Posts