ଅଗ୍ନିକାଣ୍ଡ ଘଟି ଦୂଇ ଛେଳି ଜିବନ୍ତ ଜଳିଗଳେ
ସାକ୍ଷୀଗୋପାଳ------ ସତ୍ଯବାଦୀ ବ୍ଳକର ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତର ହାଟସାହି ଗ୍ରାମର ନକୁଳ ବେହେରାଙ୍କ ଘରେ ଶନିବାର ବିଳମ୍ଵିତ ରାତିରେ ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ ଦୂଇଟି ଛେଳି ଜଳି ଯାଇଥିବା ବେଳେ ଗୋଟିଏ ଗାଇ ଆଧାପୋଡି ଯାଈଛି । ଏହିଅଗ୍ନି କାଣ୍ତରେ ଲକ୍ଷାଧିକ ଟଙ୍କର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଗୁହାଳ ଘରେ ଦିଆ ଯାଇଥିବା ମଶା ଧୂଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୂମାନ କରାଯାଉଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସୈନାପତୀ