Breaking News

>>
  • ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ଆନ୍ତର୍ଜାତୀୟ ଲେଭେଲ୍ କ୍ରସିଙ୍ଗ ସଚେତନତା ଦିବସ
  • >>
  • ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
  • >>
  • ବିଶ୍ଵ ପରିବେଶ ଦିବସ ଅବସରରେ ଆଇଆଇଟି ଭୁବନେଶ୍ଵର ପକ୍ଷରୁ ବୃକ୍ଷରୋପଣ
  • >>
  • କର୍ମଯୋଗୀ ବ୍ରଜମୋହନଙ୍କ ଜନ୍ମଦିବସ ପାଳିତ
  • >>
  • ସତ୍ୟବାଦୀରେ ବିଶ୍ବ ପରିବେଶ ସୁରକ୍ଷା ସପ୍ତାହ ଉଦ୍‌ଯାପିତ ହୋଇଯାଇଛି
  • ସତ୍ଯବାଦୀର ବକୁଳ ବନର ବନ ବିଦ୍ଯାଳୟକୁ ୧୧୦ ବର୍ଷ

    ସାକ୍ଷୀଗୋପାଳ---- ସାକ୍ଷାଗୋପାଳ ବନ  ବିଦ୍ଯାଳୟକୁ ୧୧୦ ତମ ବର୍ଷ ଚାଲିଲା । ବକୁଳବନ ସୂରକ୍ଷା ପରିଷଦ ଓ ପୁରୀର ସାହିଭାଇ ର ମିଳିତ ସହଯୋଗରେ ବକୁଳବନ ସଫେଇ କରାଯିବା ସହ ପଞ୍ଚସଖାଙ୍କ ପତିମୂର୍ତ୍ତି ଗୁଡିକ ସଫା କରାଯାଇଥିଲା  । ସାକ୍ଷୀଗୋପିନାଥ ମନ୍ଦିରରୁ  ଠାକୂରଙ୍କର ଆଞାମାଳ ଓ ଦୀପ ଆସିବା ସହ ସକୀର୍ତ୍ତନ ମଣ୍ଡଳ ଏକ ଶୋଭାଯାତ୍ରାରେ ମନ୍ଦିର ଠାରୁ ବକୁଳବନ  ପର୍ୟ୍ଯନ୍ତ ଯାଇଥିଲା ।। ସେହିପରି ମନ୍ଦିର ସମ୍ମୁଖରରେ ଥିବା ଗୋପବନ୍ଦୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟର୍ପଣ କରାଯାଇଥିଲା । ପରେପରେ ଏକ ସଭାର ଆୟୋଜନ କରାଯାଇଥିଲା ।ଏଥିରେ ଶିକ୍ଷକ ସତ୍ଯବାଦୀ ଦାଶ ଅତିଥି ପରିୟୟ ଓ ସ୍ବାଗତ  ଭାଷଣ ପ୍ରଦାନ କରିଥିଲେ । ଆଇନଜିବୀ ବୈଦ୍ଯନାଥ ପାଣି ସଭାପତିତ୍ଵ କରିଥିଲେ । ଆନ୍ଯ ମାନଙ୍କମଧ୍ଯରେ ଆଇନଜିବୀ ଗୁଣ୍ତିଚି  ବରାଳ, ସମାଜସେବୀ ରାମଶଙ୍କର  ନନ୍ଦ ,ଶିକ୍ଷାବିତ ବନମାଳୀ ବେହେରା ,  ପ୍ରଭାତ ଚନ୍ଦ୍ର ରଥ , ନବଘନ ଶତପଥୀ ପ୍ରମୁଖ ଯୋଗଦେଇ ୧୦୯ ବର୍ଷର ବକୁଳବନର କଥାକୁ ମନେପକାଇ ଥିଲେ । ଆଚାର୍ୟ୍ୟ ହରିହର ଶିଶୁ ଭବନର ପିଲା ମାନଙ୍କୂ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା ।  ଆଲୋକ ଖୂଣ୍ଟିଆ  ମଞ୍ଚ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

    Blog Archive

    Popular Posts