Breaking News

ତଡାଶ ନଦୀରୁ ମାଛଜାଣ ଉଛେଦ ଦାବୀ କଲେ ଚାକ୍ଷୀ

ସାକ୍ଷୀଗୋପାଳ----ସତ୍ଯବାଦୀ ବ୍ଳକର ଶୁକଳ ଗ୍ରାମ ଗହିର ଦେଇ ଯାଇଥିବା ତଡାଶ ନଦୀରୁ ବେ ଆଇନ ମାଛଜାଣ ଉଛେଦ ପାଇଁ ତହସିଲଦାରଙ୍କୁ ଚାଷୀ ମାନଙ୍କ ସ୍ବାକ୍ଷର ଥାଈ ଏକ ଦାବିପତ୍ର ଦିଆଯାଇଥିବା ଜଣାପଡିଛି । ନଡାଖଣ୍ଡ ଠାରୁ ଶୁକଳ ମୈଜା ଶେଷ ମଧ୍ଯରେ ୪ଟି ମାଛଜାଣ ଅଛି । ଯାହା ଫଳରେକି ପାଣି ନିଷ୍କାସନରେ ବାଧକ ସାଜିଛି । ଖରିଫ ଧାନ ଫସଲ ନଷ୍ଟ ହେଉଛି ବୋଲି ଚାଷୀ ଓ ଶୁକଳ ଗ୍ରାମବାସି ମାନେ ଅଭିଯୋଗ କରିଛନ୍ତି । ବିଗତ  ବର୍ଷ ଏହିପରି ପାଣି ନିଷ୍କାସନ ରେ ମାଛଜାଣ ବାଧା ଦେବାରୁ ଜିଲ୍ଳା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଜୀଲ୍ଳା ପ୍ରଶାସନ ପାଣି ନିଷ୍କାସନରେ ବାଧା ଉପୁଜାଉଥିବା ମାଛଜାଣ ଉଛେଦ କରାଯାଇଥିଲା । ମାତ୍ର ଜିଲ୍ଳା ପ୍ରଶାସନ ଆଈନକୂ ନ ମାନି ଜୋର ଜବରଦସ୍ତ ନଦୀରେ ପାଣି ଅଟକାଇ ମାଛ ଧରୁଛନ୍ତି ।ଅନ୍ୟ ପକ୍ଷେ ଚାଷୀ ଫସଲ ହରାଇ ଆମ୍ମହତ୍ୟ କରୁଛି । ଏଣୁ ଚାଷୀ ମାନଙ୍କ ଅଭିଯୋଗକୁ ବିଚାର କରାଯାଇ ମାଛଜାଣ ଉଛେଦ କରାଯାଉ ନଚେତ ଆଗାମି ଦୀନରେ ଶହ ଶହ ଚାଷୀ ରାଝରାସ୍ତାକୁ ଓହ୍ଳାଈବେ ବୋଲି ଚେତାବନି ଦେଇଛନ୍ତ । ଏହାସହ ପୁରୀ ଜିଲ୍ଳାପାଳ ଓ ସତ୍ଯବାଦୀ ଥାନା ଅଧୀକାରିଙ୍କୁ ଜଣାଇ ଦିଆଯାଈଛି।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

TADASH  NADIRU MACHHA JALA UCHHEDA DABI KALE CHASI
BY - DHIRENDRA SENAPATI
SAKHIGOPAL NEWS

Blog Archive

Popular Posts