ମା ଦକ୍ଷୀଣ କାଳୀଙ୍କ ମୂର୍ଣ୍ଣିୟ ପୂଜା ପାଇଁ ମାଟି ଅସିଲା
ସାକ୍ଷୀଗୋପାଳ---- ପ୍ରସିଦ୍ଧ ତନ୍ତ ଓ ମନ୍ତ ପୀଠ ଭାବରେ ସତ୍ଯବାଦୀ ବ୍ଲକର ବୀରଗୋବିନ୍ଦପୁରରେ ପୃଜିତ ମା ଦକ୍ଷୀଣ କାଳୀ । ଆସନ୍ତା ନଭେମ୍ବର ୬ ତାରିଖରେ କାଳୀ ପୂଜା ଅନୁଷ୍ଠିତ ହେବ । ଏଥିପାଇଁ ବୀରଗୋବିନ୍ଦପୁର ସ୍ଥିତ ପଞ୍ଚୁକେରା ରେ ଥିବା ମାଙ୍କ ମଶାଣିରୁ ମାଟି ସଂଗ୍ରହ କରାଯାଇଛି । କାର୍ତ୍ତିକ ମାସ ଦୁତୀୟା ତିଥିରେ ଶୁଭ ବେଳା ଦେଖାଯାଇ ମାଟି ଅଣାଯାଇଛିି । ପ୍ରତିଦିନ ମାଙ୍କ ନିତିକାନ୍ତୀ କରାଯିବା ପରେ ମନ୍ଦିରର ପୂଜକ ଅଗାଧୁ ଚରଣ ଦୀକ୍ଷିତ ସଂକଳ୍ପ କରିବା ସହ ମାଙ୍କ ଠାରୁ ଆଞା ମାଳ ଆଣିବା ପରେ ମାଟି ସଂଗ୍ରହ କରିବା ପାଇଁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଘଣ୍ଟ , ଘଣ୍ଟି, ବାଜା,କାହାଳୀ ଓ ଶଙ୍ଖ ହରିବୋଲ ଦେଇ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରାରେ ବୀରଗୋବିନ୍ଦପୁର କୋଠ ମହାଜନୀ ର ସଭାପତି ଭିକାରୀ ନନ୍ଦ ଓ ସମ୍ପାଦକ ଶ୍ରୀନିବାସ ମିଶ୍ରଙ୍କ ସହ ଅନ୍ଯ ସଦସ୍ଯ ଓ ଗ୍ରାମବାସି ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି