Breaking News

ସତ୍ଯବାଦୀ ଇତିହାସରେ ପୁଣି ଏକ ପୁଷ୍ଠା ଯୋଡିଲେ ଦୌଡରାଣୀ ଜୟନ୍ତୀ

ସାକ୍ଷୀଗୋପାଳ ----- ସତ୍ୟବାଦୀ ଇତିହାସ ପୁଷ୍ଠାରେ ପୁଣି ଏକ ପୁଷ୍ଠା ଯୋଡିଲେ ସ୍ଥାନୀୟ ବାସିନ୍ଦା ତଥା ଗୁରୁକୂଳ ଆଥଲେଟିକସ ଛାତ୍ରୀ ଦୌଡରାଣୀ ଜୟନ୍ତୀ ବେହେରା । ଜାକର୍ତ୍ତାରେ ଅନୁଷ୍ଠିତ ପାରା ଏସୀୟ କ୍ରୀଡାରେ ୪ଶହ ମିଟର ଦୌଡରେ ରୌପ ପଦକ ହାସଲ କରି ଦେଶର ସୁନାମ ବଡେଇଥିଲେ । ଏହି ପଦକ ପାଇବା ଖବର ଜାଣିବା ମାତ୍ରେ ଗୁରୁକୂଳର ଛାତ୍ର ଛାତ୍ରୀମାନେ ଖୁସି ମନାଇଥିଲେ । ଯେତେବେଳେ ଜୟନ୍ତୀ ପ୍ରଧାନମନ୍ତୀଙ୍କ ସହ  ସାକ୍ଷତା କରିଥିଲେ ସେତେବେଳେ ସେ ଓଡିଶାର ଝିଅ ଓପୁରୀ ଜିଲ୍ଳାର ସତ୍ଯବାଦୀରେ ତାଙ୍କ ଘର ବୋଲି ପରିଚୟ ଦେଇଥିଲା । ଆଜି ଅପରାହ୍ନରେ ବସଷ୍ଟାଣ୍ଡ ନିକଟ ଓଭରବିଜ୍ର ନିକଟରୁ ଗୂରୁକୂଳର ପ୍ରତିଷ୍ଠାତା ତଥା ଦୌଡରାଣୀ ଜୟନ୍ତୀଙ୍କର ଗୁରୁ ତଥା କୋଚ ବିଷ୍ଠୁ ପ୍ରସାଦ ମିଶ୍ରଙ୍କସହ ଏକ ଶୋଭାଯାତ୍ରାରେ ଜୟନ୍ତୀ ଙ୍କ ସହ ସହପାଠୀ ମାନେ ସାକ୍ଷୀଗୋପାଳ ମନ୍ଦିର  ପର୍ଯ୍ୟନ୍ତ ଆସିବା ସମୟରେ ଅନୁଷ୍ଠାନର ଛାତ୍ର ଛାତ୍ରୀ , ବିଭିନ୍ନ ସଂଗଠନ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜୟନ୍ତୀ ଶୋଭାଯାତ୍ରାରେ ଆସିବା ସମୟରେ ଖୂସିଥିବାର ତାଙ୍କ ମୁହଁରୁ ବାରି ହୋଉଥିଲା । ସାକ୍ଷୀଗୋପାଳରୁ ----ଧୀରେନ୍ଦ୍ର ସେନାପତି ୯୭୭୮୦୫୦୮୯୫
Satyabadi eetihasare puni eka prusta jodile Dhuadarani jayanti

Blog Archive

Popular Posts