ପିପିଲି ବ୍ଳକ ଉପାଧ୍ଯକ୍ଷ ହେଲେ ରାଜ୍ୟ କୃଷି ଉପଦେଷ୍ଟା କମିଟି ସଭ୍ୟ
ପିପିଲି------ପୁରୀ ଜିଲ୍ଲା ର ୧୧ଟି ବ୍ଲକରୁ ର୨୨ ଜଣ ସଭ୍ଯ ଜିଲ୍ଲା କୃର୍ଷି ଉପଦେଷ୍ଟା କମିଟିକୁ ଚୟନ ହୋଇଥିଲେ । ୨୨ଜଣ ସଭ୍ଯଙ୍କ ଉପସ୍ଥିତରେ ଉପ କୃର୍ଷି ନିର୍ଦ୍ଦେଶକ ମଣ୍ଡଳ ପୁରୀଙ୍କ କୃର୍ଷକ ଭବନ ପରିସରରେ ଆୟୋଜିତ କାର୍ଯ୍ଯକ୍ରମରେ ପିପିଲି ବ୍ଲକ ଉପାଧ୍ୟକ୍ଷ ତଥା ପିପିଲି ଆତ୍ମା କମିଟି ସଭ୍ଯ ଯୁଧିଷ୍ଠିର ସ୍ବାଇଁ ଙ୍କୁ ରାଜ୍ୟ କୃର୍ଷି ଉପଦେଷ୍ଟା କମିଟି ର ସଭ୍ଯ ଭାବରେ ମନୋନିତ କରାଯାଇଛି । ଏହି କାର୍ଯ୍ଯକ୍ରମରେ ପୁରୀ ଆତ୍ମାର ପ୍ରକଳ୍ପ ନିର୍ଦ୍ଦେଶକ ଏସ୍ ଚନ୍ଦ୍ର ଶେଖର ରାଓ ,ଉପ ପ୍ରକଳ୍ପ ନିର୍ଦ୍ଦେଶ ବିରେନ୍ଦ୍ର ମିଶ୍ର ,ଉପ ଉଦ୍ଯାନ ନିର୍ଦ୍ଦେଶକ ନବ କିଶୋର ତାଡ ,କୃର୍ଷି ବିଜ୍ଞାନ କେନ୍ଦ୍ର ସାକ୍ଷୀଗୋପାଳର ଡଃ ସଂଜୟ କୁମାର ମହାନ୍ତି ,ଜିଲ୍ଲା ମୁଖ୍ଯପ୍ରାଣୀ ଚିକିତ୍ସା ଅଧିକାରୀ ଗିରିଜା ପ୍ରସାଦ ପଟ୍ଟନାୟକ ସମେତ ଜିଲ୍ଲାର ଚାରିଗୋଟି ବିଭାଗୀୟ ଅଧିକାରୀ ଓ ଜିଲ୍ଲାର ସମସ୍ତ ବ୍ଲକର ସହକାରୀ କୃର୍ଷି ଅଧିକାରୀ ସମେତ ସମସ୍ତ ବ୍ଲକର ବିଟିଏମ ମାନେ ଏହି କାର୍ଯ୍ଯକ୍ରମରେ ଉପସ୍ଥିତ ଥିଲେ ।ପ୍ରତ୍ଯକ ବ୍ଲକରେ ଆତ୍ମାର ଯୋଜନା ର ଅର୍ଥ ଖର୍ଚ୍ଚ ବ୍ଯୟ ବରାଦ ଏବଂ ସମସ୍ତ ବୈଷୟିକ ଞାନ କୌଶଳ କୃର୍ଷକଙ୍କ ନିକଟରେ ପହଞ୍ଚାଇବା ଏହାର ମୂଳ ଲକ୍ଷ୍ଯ ବୋଲି ନୂତନ ଭାବରେ ରାଜ୍ୟ କୃଷି ଉପଦେଷ୍ଟା କମିଟି ସଭ୍ଯ ଶ୍ରୀ ସ୍ବାଇଁ କହିଥିଲେ । ପିପିଲିରୁ ବିଜୟ୍ କୁମାର ମହାପାତ୍ର