Breaking News

ତିରୁପତି ଟ୍ରେନ ବଗିରୁ ଚାଉଳ ବସ୍ତା ମିଳିଛି

ସାକ୍ଷୀଗୋପାଳ------ ତିରୁପତି----ପୁରୀ ଟ୍ରେନ ବଗିରୁ ଏକ ଚାଉଳ ଅଖା ସାକ୍ଷୀଗୋପାଳ ଜିଆରପି ପାଇଛନ୍ତି ।  ସାକ୍ଷୀଗୋପଳ ଫାଣ୍ଡି  ଅଧିକାରିଙ୍କ ଠାରୁ ପ୍ରକାଶ ଯେ ୧୪ ତାରିଖ ଦିନ ପୁରୀକୁ ଯାଉଥିବା ତିରୁପତି ଟ୍ରେନଟି ସାକ୍ଷୀଗୋପାଳ ଷ୍ଟେସନ ଠାରେ ଯାନ୍ତିକ ତ୍ରୁଟି ଦେଖା ଯିବାରୁ ଗାଡିଟି ବହୁ ସମୟ ପଡିକି ରହିଥିଲା । ପରେ ବଡବିଲ ପୁରୀ ଯିବା ପାଇଁ ଆସିବାରୁ ତିରୁପତିର  ଟ୍ରେନର ପାସେଞ୍ଜର ବଡବିଲରେ ଯାଇଥିଲେ । ମାତ୍ର ସାକ୍ଷୀଗୋପାଳ ଜିଆରପି ଫାଣ୍ଡି କର୍ମଚାରୀ ମାନେ ବଗି ତନକି କରିବା ସମୟରେ ଏକ ଚାଉଳ ଅଖା ପାଇଥିଲେ ।  କେହି ଦାବିଦାର ନ ଆସିବାରୁ ଫାଣ୍ଡୀ ଅଧୀକାରୀ ପି,କେ, ପାତ୍ର ଏ ସମ୍ପର୍କରେ ସାକ୍ଷୀଗୋପାଳ ନିଉଜକୁ ଜଣାଇଛନ୍ତି । ସଠିକ ପ୍ରମାଣ ଦେଇ ତାଙ୍କ ଚାଉଳ ଅଖା ନେଇଯିବାକୁ ସେ ନିବେଦନ କରିଛନ୍ତି  । ସାକ୍ଷୀଗୋପାଳରୁ ----ଧୀରେନ୍ଦ୍ର ସେନାପତି

Sakhigopal Rly police chaula akha paisanti

Blog Archive

Popular Posts