Breaking News

କାର ଚକା ଫାଟି ଯିବାରୁ ୬ ଜଣଙ୍କର ମୃତ୍ଯୁ

ପିପିଲି------ ଭୁବନେଶ୍ବର---ପୁରୀ ନଂ--୩୧୬ ଜାତୀୟ ରାଜପଥର ସିଫା ଆଗରେ ଏକ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ଯୁ ହୋଇଛି । ଏଥିରେ ୩ ଜଣ ମହିଳା ,୨ଜଣ ପୁରୁଷ ଥିବା ବେଳେ ଜଣେ ୨ବର୍ଷର ଝିଅ ଅଛି । ଖବର ପାଇ ପିପିଲି ଥାନା ଆଇଆଇସି ଶରତ କୂମାର ସାହୁ ଓ ଉତରାଛକ ଫାଣ୍ଡି ଅଧିକାରୀ ଅଶୋକ ଗୋଛାୟତ ଘଟଣା ସ୍ଥଳରେ ପହଞ୍ଚି  ସମସ୍ତଙ୍କୁ ଭୁବନେଶ୍ବର ମେଡିକାଲକୂ ପଠାଇଥିଲେ । ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ୍ଯୁ ଘୋଷଣା କରିଥିଲେ । ପୋଲିସ ଠାରୁ ପ୍ରକାଶ ଯେ ଭୁବନେଶ୍ବର ଦଶହରା ଦେଖି କାର ଚାଳକ ଅନିରୁଦ୍ଧ ବାରିକ (୨୬) ଓତାଙ୍କ ସ୍ତୀ ଦିପାଞ୍ଜଳି ବାରିକ (୨୪) ଝିଅ ଶ୍ରୀୟା ବାରିକ (୩) ଓ ଆଇ ଶାଶୁ ନେତ୍ରମଣୀ ବେହେରା (୬୦) ପିପିଲି ପଣ୍ଡା ସାହି ଘରକୁ ଫେରୁଥିଲେ ।ଏମାନଙ୍କ କାର ଆଗରେ  ଲକ୍ଷ୍ମୀନାରାୟଣପୁର ଗ୍ରାମର ମା ଲକ୍ଷ୍ମୀପିୟା ପ୍ରଧାନ (୫୫) ଓ ପୂଅ ପ୍ରଭାକର ପ୍ରଧାନ (୩୨) ମଟର ସାଇକେଲରେ ଘରକୁ ଫେରୁଥିଲେ । ସିଫା ନିକଟରେ  କାରର ଚକା ଫାଟି ଯିବାରୁ ଚାଳକ ନିୟନ୍ତଣ ହରାଇବା ସହ ଆଗରେ ଯାଉଥିବା ମଟରସାଇକେଲକୁ ଧକ୍କା ଦେବାସହ ରାସ୍ତା କରରେ ଥିବା ନୟନଯୋଡି ଭିତରକୁ ଓଲଟି ପଡିଥିଲା । କାରଟି ପାଣି ଭିତରେ ବୁଡି ଯିବାରୁ ଶ୍ବାସରୁଦ୍ଧ ହୋଇ ୪ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ମା ପୁଅ ରାସ୍ତାରେ ପଡି ମଧ୍ଯ ମୃତ୍ଯୁ ହୋଇଥିଲା । ଏହି ଖବର ପାଇ କୃଷି ଓ ପଞ୍ଚାୟତ ରାଜ ମନ୍ତୀ ପ୍ରଦୀପ ମହାରଥୀ ଭୁବନେଶ୍ବର ମେଡିକାଲରେ ପହଞ୍ଚି ଶୋକସନ୍ତପ ପରିବାରଙ୍କୁ ଭେଟି ସାନ୍ତନା ଦେବାସହ ରେଡକ୍ସ ପାଣ୍ଠିରୁ ଉଭୟ ପରିବାରଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରିବାର ବନ୍ଦୋବସ୍ଥ କରିଥିଲେ ।  ପିପିଲି ତହସିଲଦାର ଧୋବେଇ ନାୟକ ଓ ତେଇଶିପୂର ସମିତିସଭ୍ଯ ଧରଣିଧର ସାହୁ ଓ ଆରଆଇ ସୁଜିତ କୁମାର ସ୍ବାଇଁ ଉପସ୍ଥିତିରେ ୧୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।ପରେ ପରେ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ମେଡିକାଲରେ ପହଞ୍ଚି ଗଭିର ଦୁଖଃ ପ୍ରକାଶ କରିଥିଲେ । ବିଜେପିର ଆଷିତ ପଟ୍ଟନାୟକ ପହଞ୍ଚିଥିଲେ । ପିପିଲିରୁ--- ବିଜୟ ମହାପାତ୍ର

Car Chaka paatijibauru 6 janakara

Blog Archive

Popular Posts