ରାଜ୍ଯପାଳ କୋଣାର୍କ ମନ୍ଦିର ବୁଲି ଦେଖିଲେ
କୋଣାର୍କ-----ପୁରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିସାରିବା ପରେ ବିଶ୍ବପ୍ରସିଦ୍ଧ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପରିଦର୍ଶନ କରିବାପାଇଁ ଓଡିଶାର ମହାମହୀମ ରାଜ୍ୟପାଳ ଡ଼ଃ ଗଣେସୀ ଲାଲ୍ ଓ ତାଙ୍କର ଦୁଇ ଝିଅ ସାଙ୍ଗରେ ଆସିଥିଲେ। ଏହି ମନ୍ଦିର ର ପ୍ରାଚୀନ କଳାକୃତି, କୀର୍ତ୍ତିରାଜି ଓ ଭାସ୍କର୍ଯ୍ୟ ବିଶ୍ୱରେ ଅଦ୍ୱିତୀୟ ବୋଲି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ମନ୍ଦିର ନିର୍ମାତା ମହାରାଜା ଲାଙ୍ଗୁଳା ନରସିଂହ ଦେବ, ମୁଖ୍ୟ ସ୍ଥାପିତ ବିଶୁ ମହାରଣା,ବାରସହ ଶିଳ୍ପୀ ଓ ଧର୍ମପଦଙ୍କ କଥାକୁ ମନେପକାଇ ଏହି ପ୍ରାଚୀନ ଓ ମହନୀୟ କଳାକୃତି କୁ ମନେପକେଇଥିଲେ । କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଭାବବିହୁଳିତ ହେବାସହ ଏଭଳି କାରୂକାର୍ଯ୍ଯ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ରାଜ୍ୟପାଳ ଆସିବାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ସଜାଗ ଥିବା ଦେଖିବାକୁ ମିଳିଥିଲା। ରାଜ୍ୟପାଳ ଙ୍କ ସହିତ ତାଙ୍କ ଦୁଇ ଝିଅ ମଧ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଥିଲେ।। ସୁର୍ଯ୍ୟ ମନ୍ଦିର ର ଇତିହାସ ଓ ଅଇତିହ ବିଷୟରେ କୋଣାର୍କ ଟୁରୁଜିମ ଗାଇଡି ଆଭାସ ମହାନ୍ତି ନିଖୁଣ ଭାବରେ ବୁଝେଇ ଥିଲେ। ଓଡ଼ିଶାର ଶିଳ୍ପୀ ରଘୁନାଥ ମହାପାତ୍ର ଙ୍କ ନିର୍ମିତ ନିଖୁଣ କାରୁକାର୍ଯ୍ୟ ପ୍ରେକ୍ଷାଳୟ କକ୍ଷ ବୁଲି ଦେଖି ରଘୁନାଥ ମହାପାତ୍ର ଙ୍କୁ ମଧ୍ଯ ପ୍ରଶଂସା କରୁଥିଲେ। ମହାମହିମ ରାଜ୍ୟପାଳ ଶ୍ରୀ ଲାଲ୍ କୋଣାର୍କ ସୂର୍ଯ୍ୟ ମନ୍ଦିରର ଐତିହ୍ୟ, କଳାକୃତି, ଭାସ୍କର୍ଯ୍ୟ ଓ ସଂସ୍କୃତିକୁ କିଭଳି ଭାବରେ ଆଗାମୀ ପିଢ଼ି ଓ ପର୍ଯ୍ୟଟକମାନଙ୍କ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୁନ୍ଦର ଭାବରେ ଫିଲ୍ମ ମଧ୍ୟମରେ ପ୍ରସ୍ତୁତ କରାଯାଇ ଉପସ୍ଥାପିତ କରାଯାଇଛି ତାହାର ଭୁୟସୀ ପ୍ରଶଂସା କରିଥିଲେ। ସୁର୍ଯ୍ୟ ମନ୍ଦିର ର ପ୍ରକ୍ଷାଣ ବିକ୍ଷାଣା କିପରି ଭାବରେ କରାଯିବ ସେନେଇ ଭାରତ ସରକାର ଙ୍କୁ ପ୍ରସ୍ତାବ ଦେବେ ବୋଲି ଏଠାରେ ପ୍ରକାଶ କରିଥିଲେ।
ନିମାପଡାରୁ ଜୟନ୍ତ ସେଠୀ
Konark visit