Breaking News

ସ୍ବଚ୍ଛତା ହିଁ ସେବା ଆଲୋଚନା ଚକ୍ର

ସାକ୍ଷୀଗୋପାଳ  ----ନେହୁର ଯୁବକେନ୍ଦ୍ର ସଂଗଠକ ପୁରୀ ସହାୟତାରେ ସତ୍ଯବାଦୀ ବ୍ଳକ ମିଶନ ଶକ୍ତି ମହାସଂଘ ସହଯୋଗରେ ସ୍ବଚ୍ଛତାହିଁ ସେବା ଲକ୍ଷ୍ଯ ନେଇ ଆଜି ସାକ୍ଷୀଗୋପାଳ ମେଡିକାଲ ପରିସର ସଫେଇ ସହ ବଜାର ସଫା କରାଯାଇଛି । ଏହି ସଫେଇ କାର୍ଯ୍ୟକ୍ରମକୁ ମେଡିକାଲ ଇନିଚାର୍ଯ୍ୟ ଡ, ଲଲାଟେନ୍ଦୁ ନାୟକ ,ନେହେରୁ ଯୁବ କେନ୍ଦ୍ର ସଂଗଠକର ସଂଯୋଜକ ଜୟ ଶଙ୍କର ଯୋଷୀ ଓ ଯୁବ ସଂଗଠକ ସୁରେନ୍ଦ୍ର କୁମାର ସାହୁ ସ୍ବଚ୍ଛା ତା ହିଁ ସେବା କାର୍ୟ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଅପରାହ୍ନରେ ବ୍ଳକର ସଭାଗୃହ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ଜୟ ଶଙ୍କର ଯୋଷୀ ସଭାପତିତ୍ବ କରିଥିଲେ । ଅନ୍ଯତମ ଅତିଥି ଭାବରେ ବ୍ଳକ ଏବିଡିଓ ଶାରଦା ପ୍ରସନ୍ନ ମହାନ୍ତି ,ମେଡିକାଲ ଇନିଚାର୍ଯ୍ୟ ଡ, ଲଲାଟେନ୍ଦୁ ନାୟକ , ଥାନା ଆଇଆଇସି ଜ୍ଯୋତି ପ୍ରକାଶ ସ୍ବାଇଁ, ଯୁବ ସଂଗଠକ ସୂରେନ୍ଦ୍ର କୁମାର ସାହୁ , ବ୍ଳକ ମହିଳା ମିଶନ ଶକ୍ତି  ମହାସଂଘର ସଭାନେତ୍ରୀ ଲକ୍ଷ୍ମୀପିୟା ଦାଶ ଓ ସମ୍ପାଦିକା ପ୍ରଭାସିନି ମିଶ୍ର ଯୋଗଦେଇ ସ୍ବଚ୍ଛାତା ଉପରେ ବହୁ ମୂଲ୍ଯବାନ ମନ୍ତ୍ଯବ ରଖିଥିଲେ । ଏହି କାର୍ଯ୍ଯକ୍ରମକୁ ସଫଳ କରାଇଥିବା ଯୁବ ସଂଗଠକ ସୁରେନ୍ଦ୍ର ସାହୁଙ୍କୁ ପ୍ରଶଂସା କରିଥିଲେ । ଶ୍ରୁରାମଚନ୍ଦ୍ରପୂର ପଞ୍ଚାୟତର ମହିଳା ସଂଗଠନର ସଭାନେତ୍ରୀ ସଂଧ୍ଯାରାଣୀ ମହାନ୍ତି ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ । କାର୍ଯ୍ଯକ୍ରମରେ ପଞ୍ଚାୟତର ମହିଳା ସଂଗଠନର  ସଭାନେତ୍ରୀ ଓ ସମ୍ପାଦିକାଙ୍କ ସହିତ କେତେକ ସେଚ୍ଛାସେବୀ ମାନେ ଯୋଗ ଦେଇଥିଲେ । ରୁବିନା ସାହୁ,ସୁଶ୍ରୀ ଶୁଭସ୍ମିତା ପରିଜା ଓ ଜୋସ୍ନାରାଣି ନନ୍ଦ୍ ସଂଯୋଜନା କରିଥିଲେ । ସମ୍ବାଦ୍ଦଦାତା ଧୀରେନ୍ଦ୍ର ସେନାପତି


SWACHHATA HIN SEBA AALOCHANA CHAKRA
BY - DHIRENDRA SENAPATI
SAKHIGOPAL NEWS

Blog Archive

Popular Posts