ରାଜ୍ଯରେ ସାମ୍ବାଦିକ ମାନଙ୍କ ଉପରେ ହୋଉଥିବ ଆକ୍ରମଣରେ ପ୍ରତିବାଦ ସଭା ଓ ପ୍ରସ୍ତୁତି ବୈଠକ
ଡେଲାଙ୍ଗ------ ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ପଭାତ କ୍ଳବ ପରିସରରେ ରାଜ୍ଯରେ କାର୍ଯ୍ଯରିତ ସାମ୍ବାଦିକ ମାନଙ୍କ ଉପରେ ହୋଉଥିବା ଆକ୍ରମଣ ଉପରେ ଏକ ପ୍ରତିବାଦ ସଭା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ଅଧ୍ଯକ୍ଷତା କରିଥିଲେ । ଉପସ୍ଥିତ ସମ୍ବାଦିକ ମାନେ ପ୍ରଥମେ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିଥିଲେ । ଆଗାମି ୧୦ ତାରିଖ ଦିନ ଡେଲାଙ୍ଗ ବେରବୋଇ ଗାନ୍ଧୀ ପୀଠ ପରିସରରୁ ପଦଯାତ୍ରା ଆରମ୍ଭ ହୋଇ ବଜାର ଦେଇ ରେଞ୍ଚସ୍ଥିତ ତହସିଲଦାରଙ୍କୁ କାର୍ଯ୍ଯଳୟ ପର୍ଯ୍ଯନ୍ତ ଯିବାର କାର୍ଯ୍ଯକ୍ରମ ରହିଛି । ସେଠାରେ ସାତ ଦଫା ସମ୍ବଳିତ ଏକ ଦାବୀ ପତ୍ର ମୁଖ୍ଯମନ୍ତୀ ଓ ରାଜ୍ଯପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି । ଡେଲାଙ୍ଗର ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ । ଡେଲାଙ୍ଗରୂ ଧୀରେନ୍ଦ୍ର ସେନାପତି