ଏଜୁକେସନ ଫର୍ ଅଲ କାର୍ଯ୍ଯକ୍ରମ ଅନୁଷ୍ଠିତ
ଡେଲାଙ୍ଗ----ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କବି ପ୍ରସନ୍ନ ପାଟ୍ଟଶାଣି ଉଚ୍ଚ ବିଦ୍ୟାଳୟ ପରିସରରେ
କିଟ୍ ଓ କିସ ବିଶ୍ବବିଦ୍ଯାଳୟ ପକ୍ଷରୁ ଏଜୁକେସନ୍ ଫର୍ ଅଲ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମକୁ ସୁଶ୍ରୀ ସନ୍ଧ୍ଯାବତୀ ପ୍ରଧାନ ଉଦଘାଟନ କରିଥିବା ବେଳେ ଶିକ୍ଷାବିତ ଜଟାଧାରୀ ପରିଡା ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ଯ ଅତିଥି ଭାବରେ ନାଇଜର କୁଳସଚ୍ଚିବ ଡ, ଅଭୟ କୁମାର ନାୟକ , ଡେଲାଙ୍ଗ ଗାଦିବ୍ରହ୍ମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ସରୋଜ କୁମାର ପଣ୍ଡା ଯୋଗଦେଇ ଶିକ୍ଷାର ଉନ୍ନତି ଓ ପ୍ରଶସ୍ତ କରିବା ପାଇଁ ସାର୍ବ ଜନନୀ ଶିକ୍ଷାର ଆବଶ୍ୟକତା ଉପରେ ମତ ରଖିବା ସହ ଏହି କାର୍ଯ୍ଯକ୍ରମ ଏକ ଭିନ୍ନ ପୟାସ ବୋଲି କହିଥିଲେ । ଅନ୍ଯତମ ଅତିଥି ଭାବରେ ଶକ୍ଷିକ ପ୍ରଶାନ୍ତ କୁମାର ଦାଶ , ବିଦ୍ଯାଳୟର ପ୍ରଧାନ ଶକ୍ଷିକ ହୃଷୀକେଶ ବଳିୟାରସିଁ, ବିଦ୍ଯାଳୟର
ପ୍ରତଷ୍ଠାତା କବି ଶଶାଙ୍କ ଶେଖର ଚୁଡାମଣି, ଜଗବନ୍ଦୁ ଜେନା ପ୍ରମଖୁ ଯୋଗ ଦେଇଥିଲେ । ବିଦ୍ଯାଳୟର କ୍ରୀଡା
ଶକ୍ଷିକ ସୂର୍ଯ୍ଯନାରାୟଣ ଜେନା ସଭା ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ
କରିଥିଲେ । ବିଦ୍ଯାଳୟର ପୁରାତନ ଛାତ୍ର ସସଦେବ ବାରିକ ଓ ମକର ଧୌର୍ଯ୍ୟ ପ୍ରଧାନ ଙ୍କୁ କିଟି ପକ୍ଷରୁ ସମ୍ମାନିତ କରାଯାଇ ଥିଲା ।
ଡେଲାଙ୍ଗରୂ ଧୀରେନ୍ଦ୍ର ସେନାପତି ।।