Breaking News

ଗୋପବନ୍ଧୁ ଜ୍ଯୋତି ସଂଗ୍ରହ ପାଇଁ ପଦଯାତ୍ରା

ସାକ୍ଷୀଗୋପାଳ ------ ଗୋପବନ୍ଧୁ ଜ୍ଯୋତି ସଂଗ୍ରହ ପାଇଁ ସତ୍ଯବାଦୀ କର୍ମମାଟିରୁ  ଜନ୍ମମାଟି ସୁଆଣ୍ଡୋ ପର୍ଯ୍ଯନ୍ତ ଏକ ପଦଯାତ୍ରା ଲୋକ ସେବକ ଯୁବ ମଣ୍ଡଳ କଟକ ପକ୍ଷରୁ କରାଯାଇଛି । ଏହିପଦଯାତ୍ରା ସାକ୍ଷୀଗୋପାଳ ବଷଷ୍ଟାଣ୍ଡ ନିକଟସ୍ଥ ପଞ୍ଚସଖା ମଣ୍ଡପରୁ ବାହାରିଥିଲା । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଗୋପବନ୍ଧୁଙ୍କ ଜନ୍ମଜୟନ୍ତୀରୁ ଜ୍ଯୋତି ଗୋପବନ୍ଧୁଙ୍କ କୁଳଦେବତାଙ୍କ ଆଳତି କାଠିରୁ ସଂଗ୍ରହ କରାଯିବା ପରେ ସମଗ୍ର ରାଜ୍ୟ ପରିକ୍ରମା କରିବ ବୋଲି ଲୋକସେବକ ମଣ୍ଡଳର ରାଷ୍ଟୀୟ ସମ୍ପାଦକ ତଥା ସମାଜର ମୁଦ୍ରାକାର ଓ ପ୍ରକାଶକ ନିରଞ୍ଜନ ରଥଙ୍କ ଠାରୁ ସୂଚନା ମିଳିଛି । ଏହି ପଦଯାତ୍ରା ଆରମ୍ଭରୁ ପଞ୍ଚସଖାଙ୍କୁ ମାଲ୍ଯର୍ପଣ ଓ ପଦ୍ବୀପ ପ୍ରଜ୍ଜଳନ କରାଯିବା ପରେ ସେଠାରେ ଏକ ପ୍ରଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ସମାଜ ଅନୁଷ୍ଠାନର ଲୋକ ସେବକ ମଣ୍ଡଳର ସଦ୍ଯସ ଡ, ପ୍ରଭାସ ଆଚାର୍ଯ୍ଯ ପଦଯାତ୍ରା ସମ୍ପର୍କେ ପ୍ରାରମ୍ଭିକ ସୁଚନା ଦେଇଥିଲେ । ବର୍ଷିୟାନ ମହିଳା ସମାଜସେବୀ ତଥା ସମାଜର ଅନୁଷ୍ଠାନର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ର ସଭାରେ ସଭାପତିତ୍ବ କରି କହିଥିଲେ ଦୀପ ଜଳୁଛି ଝଳୁଥିଵ ଏ ଦୀପ ଲିଭବ ନାହିଁ ବୋଲି କହିଥିଲେ ।ଲୋକ ସେବକ ମଣ୍ଡଳର ସଭ୍ଯ ଭବାନୀ ମିଶ୍ର , ସମ୍ପାଦିକା ମମତା ବିଶୋଇ,  ଗୀତାଶ୍ରୀ ଦାସ, ମୀରା ବେଉରା, ମହେଶ ମଲ୍ଳ ,ଶରତ ଚନ୍ଦ୍ର ଶତପଥୀ, ବିରଞ୍ଚି ମହାରଣା ଓ ସତ୍ଯବାଦୀର ସମାଜ ସେବୀ ଗୋବିନ୍ଦ୍ର ମହାପାତ୍ରଙ୍କ ସହ ପୁରୁଷ ମହିଳା ଗୋପବନ୍ଧୁଙ୍କ ରଚିତ କାରାଗାର କବିତା ପାଠ କରି ପଦଯାତ୍ରା ବାହାରିଥିଲା ।  କାଦୁଆସ୍ଥିତ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ପରିସରରେ ଥିବା ଗୋପବନ୍ଧୁ ଓଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯର୍ପଣ କରିବା ପରେ ପୁଣି ପଦଯାତ୍ରା ସୁଆଣ୍ଡୋ ଅଭିମୂଖେ ଆଗେଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts