Breaking News

ପାଣିରେ ବୁଡି ଯୁବକଙ୍କର ମୃତ୍ଯୁ

ଡେଲାଙ୍ଗ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସୁଜନପୁର ଗ୍ରାମର ମଧୁସୃଦନ ମଙ୍ଗରାଜଙ୍କ ପୁଅ ମନୋରଞ୍ଜନ ମଙ୍ଗରାଜ ଲୁଣା ନଦୀରେ ଗାଧେଇବାକୁ ଆସି ପାଣିରେ ବୁଡିଯିବାରୁ ମୃତ୍ଯୁ ହୋଇଛି  ।  ମନୋରଞ୍ଜନ ନଥିବା ବେଳେ ତାଙ୍କର ଚପଲ ପାଣିରେ ଭାସୁଥିବା ଦେଖି ଗ୍ରାମର ଅନ୍ୟ ଲୋକ ମାନେ ତାଙ୍କ ଘରକୂ ଖବରଦେଇ ଥିଲେ । ତାଙ୍କୁ ପରିବାର ଲୋକମାନେ ମନୋରଞ୍ଜଙ୍କୁ ପାଣିରୁ କାଡି ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ ଘୋଷଣା କରିଥିଲେ । ଏହି ଖବର  ପ୍ରଘଟ ହେବାପରେ ଡେଲାଙ୍ଗ ହାଟ ବଜାର ଓ ସୁଜନପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା । ଖବରପାଇ ଡେଲାଙ୍ଗ ପୋଲିସ ଶବ ଜବତ କରି ଏକ ଅପମୃତ୍ଯୁ  କେସ ରୁଜ କରି ଶବ ବ୍ଯବଛେଦ ନିମନ୍ତେ ପୁରୀ ପଠାଇଥିଲେ । ଶବ ବ୍ଯବଛେଦ ପରେ ତାଙ୍କ ପରିବାରଙ୍କୁ  ହସ୍ତାନ୍ତର କରାଯାଇଛି ବୋଲି ଥାନା ଆଇଆଇସି ଅଶିତ ରଂଜନ ମହାନ୍ତିଙ୍କ ଠାରୁ ପ୍ରକାଶ । ଆର ଆଇ ଅନୀତା ମହାନ୍ତି ସମସ୍ଥ ତଥ୍ଯ ସଂଗ୍ରହ କରି ତହସିଲଦାରଙ୍କୁ ଦେବେ ବୋଲି ଜଣାପଡିଛି ।  ଡେଲାଙ୍ଗରୁ ---- ଧୀରେନ୍ଦ୍ର ସେନାପତି

Paniera budi jubakar mutru

Blog Archive

Popular Posts