୯୫ ଜଣଙ୍କୁ ରାଶନ କାର୍ଡ ପ୍ରଦାନ
ଡେଲାଙ୍ଗ------ ଡେଲାଙ୍ଗ ବ୍ଳକର ମୁନିଦା ଗ୍ରାମ ପାୟତରେ ଆଜି ରାଜ୍ଯ ସରକାରଙ୍କର ଖାଦ୍ଯ ସୁରକ୍ଷା ଆଇନ ଅନୁଯାୟି ପ୍ରଥମ ପର୍ଯ୍ଯାୟରେ ୯୫ଜଣ ପରିବାରଙ୍କୁ ନୃତନ ରାଶନ କାର୍ଡ ବଣ୍ଟନ କରାଯାଇଛି । ଏହା ସହିତ ସେମାନଙ୍କୁ ଏକ ଟଙ୍କାରେ ଚାଉଳ ଯୋଗାଇ ଦିଆଯାଇଛି । କୃଷି ଓ ପଞ୍ଚାୟତରାଜ ମନ୍ତୀ ପ୍ରଦୀପ ମହାରଥୀ ଙ୍କ ଉପସ୍ଥିତିରେ ବ୍ଳକ କାର୍ଯ୍ୟାଳୟ ପରିସରରେ ରାଶନ କାର୍ଡ ବଣ୍ଟନ ହୋଇଥିଲା ।
ଆଜି ଯେଉଁମାନେ ଆଣିନଥିଲେ ସେମାନଙ୍କୁ ଦିଆଯିବା ସହ ଚାଉଳ ଦିଆଯାଇଛି । ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ପରିଡା, ପଞ୍ଚାୟତ କାର୍ଯ୍ଯ ନିର୍ବାହି ଅଧିକାରୀ ସୁଧୀର କୁମାର ଜେନା ଓ ପଞ୍ଚାୟତ ଯୋଗାଣ ସହାୟକ ମାନସ କୁମାର ପ୍ରଧାନ ଉପସ୍ଥିତିରେ ରାଶନ କାର୍ଡ ବଣ୍ଟନ ଓ ଚାଉଳ ପ୍ରଦାନ କରାଯାଇଥିଲା । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି।
Rasaan karda Bataan