Breaking News

ବୃକ୍ଷ ଲଗାଇବା ଆଗାମି ପୀଢିଙ୍କୁ ସୁରକ୍ଷିତ ଦେବା

ସାକ୍ଷୀଗୋପାଳ---- ଆସ ଆମେ ଏକାଠି ହେବା ,ଗ୍ରାମରେ ଥିବା ଖାଲି ପଡିଆରେ ବୃକ୍ଷ ଲଗାଇବା ଆଗାମି ପୀଢିଙ୍କୁ ସୁରକ୍ଷିତ ଦେବା ଏହା ହେଉଛି ମା ଜାଗୁଳେଇ ଯୁବକ ସଂଘର ଡାକରା ।  ପୂରୀ ଜିଲ୍ଳାର ସତ୍ଯବାଦୀ ବ୍ଳକର ବିଶ୍ବନାଥପୁର ଗ୍ରାମ ପଞ୍ଚାୟତର ବାହ୍ମଣପଡା ଗ୍ରାମର ମା ଜାଗୂଳାଇ ଯୁବକ ସଂଘ ପକ୍ଷରୁ ଆରମ୍ଭ ହୋଇଛି ବୃକ୍ଷ ରୋପଣ କାର୍ଯ୍ଯକ୍ରମ । ସଂଘର ସଭାପତି ସଂଗ୍ରାମ ମହାପାତ୍ରଙ୍କ ନେତୃତ୍ଯରେ ଗ୍ରାମର ଜାଗୁଳେଇ ମନ୍ଦିର ଠାରୁ କେନାଲ ବନ୍ଦ ରାସ୍ତାରେ ବଉଳ, ରାଧାଚୁଡା, ପେସ୍ତା ଓ କାଜୁ ବାଦାମ ଗଛ  ଲଗାଯାଇଛି ।  ଅନୁଷ୍ଠାନର ସମ୍ପାଦକ ନୀଳାଚଳ ମହାପାତ୍ର କାର୍ଯ୍ଯକ୍ରମକୁ ପରିଚାଳନା କରିଥିବା ବେଳେ ପୁରୁଷୋତମ ମହାପାତ୍ର, ଅଭିଷେକ ମହାପାତ୍ର ଓ ରାକେଶ ମିଶ୍ର ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ-----ଧୀରେନ୍ଦ୍ର ସେନାପତି।   

Tree  plantation

Blog Archive

Popular Posts