Breaking News

ପୁରୀ ଜିଲ୍ଳାରେ ଡେଲାଙ୍ଗ ବ୍ଳକ ସମ୍ପୂର୍ଣ୍ଣ ବାହ୍ଯ ମଳତ୍ଯଗ ମୁକ୍ତ ବ୍ଳକ ଘୋଷଣା

ଡେଲାଙ୍ଗ------ ପୁରୀ ଜିଲ୍ଳାରେ ସମସ୍ତ ବ୍ଳକକୁ ପଛରେ ପକାଇ ଡେଲାଙ୍ଗ ବ୍ଳକ ପ୍ରଥମ ସମ୍ପୂର୍ଣ୍ଣ ବାହ୍ଯ ମଳତ୍ଯାଗ ମୁକ୍ତ ବ୍ଳକ ଭାବରେ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବ୍ଳକ ଅଧ୍ଯକ୍ଷା ପ୍ରସନ୍ନ ସାହୁ ସଭାପତିତ୍ବ କରିଥିଲେ । ମୁଖ୍ଯ ଅତିଥି ଭାବରେ କୃଷି ଓ ପଞ୍ଚାୟତ ରାଜ ମନ୍ତୀ ପ୍ରଦୀପ ମହାରଥୀ ଯୋଗଦେଇ ଏହି କାର୍ଯ୍ଯକ୍ରମକୁ ପଞ୍ଚାୟତର ଜନ ପ୍ରତିନିଧି ,ମହିଳାଗୋଷ୍ଠୀ,ମିଶନଶକ୍ତି ଓମୋଟିଭେଟରଙ୍କ ସହ ବିଭାଗୀୟ ଅଧିକାରୀ ମାନଙ୍କ ଯୋଗୁ ଏହା ସଫଳ ହୋଇପାରିଛି ବୋଲି କହିବା ସହ ମିଶନଶକ୍ତି ମହିଳା ମହା ସଂଘର ସମ୍ପାଦିକା ବାସନ୍ତୀ ସାହୁଙ୍କ କାର୍ଯ୍ୟକ୍ରୁ ପ୍ରଶଂସା କରୀଥିଲେ । ଅନ୍ଯ ମାନଙ୍କ ମଧ୍ୟରେ ପିଡି ଡ, ଉଦ୍ଧବ ଚନ୍ଦ୍ର ମଝୀ , ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା,ଉପାଧ୍ଯକ୍ଷା ସ୍ବପ୍ନା ବଳବନ୍ତରାୟ , ବିଡିଓ ଷୀରୋଦ ପ୍ରଧାନ , ପୂର୍ବତନ ବିଡିଓ ତଥା ଜଳ ପରିମଳମିଶନ ବ୍ଳକ ନୋଡାଲ ଅଧିକାରୀ ଅଜୟ ପରିଡା , ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୂ , ସଭାନେତ୍ରୀ ବିଦ୍ଯୁଲତା ସ୍ବାଇଁ ,ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତୀ, ସହକାରୀ ଯନ୍ତୀ, ବ୍ଳକ ସହକାରୀ ଯନ୍ତୀ ଉମେଶ ଚନ୍ଦର ସ୍ବାଇଁ, ଅଙ୍ଗନଵାଡି ,ଆଶା, ବିଭିନ୍ନ ମହିଳା ସଂଗଠନ ,ବ୍ଳକର ସମସ୍ତ କର୍ମଚାରୀ ମାନଙ୍କ ସହିତ ପଞ୍ଛାୟତ ଜନ ପ୍ରତିନିଧି, ଜିଲ୍ଳା ପରିଷଦ ଓବ୍ଳକର ମୋଟିଭେଟର ମାନେ ଉପସ୍ଥିତ ରହିଥିଲେ ।ଏହି କାର୍ୟ୍ଯକ୍ରମକୁ ସଫଳ ରୂପାୟନ କରିଥିବାରୁ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ଯ ସଭ୍ଯାଙ୍କ ସହ ମୋଟିଭେଟର ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts