>>
  • ଜଟଣୀ ପୌରପରିଷଦର ଅଜବ ନିୟମ ; ପୁରାତନ ଡ୍ରେନ ର ପୁନଃରୁଦ୍ଧାର ନ କରାଯାଇ ଚାଲିଛି ନୂତନ ଡ୍ରେନ ନିର୍ମାଣ , ୱାର୍ଡ ବାସିନ୍ଦାଙ୍କ ଅସନ୍ତୋଷ
  • >>
  • ଶ୍ରୀ ଜଗନ୍ନାଥଙ୍କ ସେନାପଟ ସେବାପାଇଁ ସାକ୍ଷୀଗୋପାଳରୁ ବଉଳକାଠ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ଗମନ
  • >>
  • ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ଆନ୍ତର୍ଜାତୀୟ ଲେଭେଲ୍ କ୍ରସିଙ୍ଗ ସଚେତନତା ଦିବସ
  • >>
  • ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
  • >>
  • ବିଶ୍ଵ ପରିବେଶ ଦିବସ ଅବସରରେ ଆଇଆଇଟି ଭୁବନେଶ୍ଵର ପକ୍ଷରୁ ବୃକ୍ଷରୋପଣ
  • >>
  • କର୍ମଯୋଗୀ ବ୍ରଜମୋହନଙ୍କ ଜନ୍ମଦିବସ ପାଳିତ
  • >>
  • ସତ୍ୟବାଦୀରେ ବିଶ୍ବ ପରିବେଶ ସୁରକ୍ଷା ସପ୍ତାହ ଉଦ୍‌ଯାପିତ ହୋଇଯାଇଛି
  • ତଡାଶ ନଦୀରୁ ଜାଣ ନ ଉଠିଲେ ,ରାସ୍ତାକୁ ଓହ୍ଳାଇବେ ଚାଷୀ

    ସାକ୍ଷୀଗୋପାଳ ----- ଜିଲ୍ଳା ପ୍ରଶାସନ ଓ ସତ୍ଯବାଦୀ ବ୍ଳକ ପ୍ରଶାସନ  ତଡାଶ ନଦୀରେ ବେଆଇନ ମାଛ ଜାଣ ଉଠାଇବାକୁ ନ୍ଯାୟଳୟ ନିର୍ଦ୍ଦେଶ ଥିଲେ ମଧ୍ଯ ତାହା କାର୍ଯ୍ଯକାରୀ କରାଯାଉ ନାହିଁ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ସୁଚନାଯୋଗ୍ଯ ଯେ ସତ୍ଯବାଦୀ ବ୍ଳକ ଅନ୍ତର୍ଗତ ଶୂକଳ ଗ୍ରାମ ପଞ୍ଚାୟତରେ ଯାଇଥିବା ତଡାଶ ନଦୀର ଶୁକଳ ଠାରେ ବେଆଇନ ଭାବରେ ମାଛ ଜାଣ ବସାଯାଇଛି । ଯାହାକି ଶୂକଳ ର କିଛି ଅଞ୍ଚଳ ପାଣି ନୀଷ୍କାସନରେ ବ୍ଯାଘତ ସୃଷ୍ଟି ହୋଇଛି । ଖରିଫ ଧାନ ଫସଲ ନଷ୍ଟ ହେବା ସହ ଏବେ ରବି ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି ବୋଲି ଚାଷୀ ମାନୈ ଜିଲ୍ଲାପାଳ ଓ ସତ୍ଯବାଦୀ ତହସିଲଦାରଙ୍କୁ ଜଣାଇବା ସହ ତୁରନ୍ତ ନଦୀରୂ ଜାଣ ଉଠାଇବାକୁ ଦାବୀ ହୋଇଛି । ନଚେତ ଆଗାମି ଦିନରେ ଶହ ଶହ ସଂଖ୍ଯାରେ ଚାଷୀ ଚନ୍ଦନପୂର - ନିରାକାରପୂର ରାସ୍ତାର ଶୂକଳ ଛକ ଠାରେ ରାସ୍ତା ଅବରୋଧ କରିବେ ବୋଲି ରବି ସାସମଲ , ଦିବାକର ନାୟକ , ପବିତ୍ର ବାରିକ ଓ ଭିକାରି ଚରଣ ବିଶ୍ବାଳ ପ୍ରମୁଖ ଜ୍ରଣାଇଛନ୍ତି ।
    ସାକ୍ଷୀଗୋପାଳରୁ    ଧୀରେନ୍ଦ୍ର ସେନାପତି

    Blog Archive

    Popular Posts