ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଷଠୀଘରୁ ଜ୍ଯୋତି ସଂଗ୍ରହ
ସାକ୍ଷୀଗୋପାଳ---
ଗୋପବନ୍ଧୁଙ୍କ ଜ୍ୟୋତି ସଂଗ୍ରହ ପାଇଁ କର୍ମପୀଠ ସତ୍ୟବାଦୀ ବସଷ୍ଟାଣ୍ଡ ସ୍ଥିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ଠାରୁ ଲୋକସେବକ ଯୁବ ମଣ୍ଡଳ ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଥିଲା । ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଠାରେ ପହଁଚିବା ପରେ ଏହି ପଦଯାତ୍ରୀ ଦଳଙ୍କୁ ଗୋପବନ୍ଧୁ ସ୍ମୃତି ପରିଷଦ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ,ଗରୁକୂଳର ବିଦ୍ୟାର୍ଥୀ ମାନଙ୍କ ସହ ସଂକୀର୍ତ୍ତନ ମଣ୍ଡଳୀ ସ୍ୱାଗତ କରି ଗୋପବନ୍ଧୁଙ୍କ ଷଠି ଘର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଗୋପବନ୍ଧୁଙ୍କ କୂଳଦେବତା ଶ୍ରୀ ବିନୋଦ ବିହାରୀ ଙ୍କୁ ଦର୍ଶନ କରିବା ପରେ ସେହି ଷଠି ଘରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଓ ସ୍ମୃତି ଚାରଣ ସଭା କରିଥିଲେ। ଗୋପବନ୍ଧୁଙ୍କ ନାତି କୂଳଦେବତା ବିନୋଦ ବିହାରାଙ୍କ ଆଳତୀ କାଠିରୁ ସଂଗୃହିତ ଜ୍ୟୋତିକୁ ଲୋକସେବକ ଯୁବମଣ୍ଡଳ ର ପଦଯାତ୍ରୀ ଦଳକୁ ହସ୍ତାନ୍ତର କରିଥିଲେ, ଏହି ଜ୍ୟୋତି ରାଜ୍ୟର ସମଗ୍ର ୩୦ ଜିଲ୍ଲା ରେ ପରିକ୍ରମା କରିବ ବୋଲି ଜଣା ପଡିଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି