ସମାଜର ଶତବାର୍ଷିକ ଅବସରରେ ସତ୍ଯବାଦୀରେ ପଦଯାତ୍ରା
ସାକ୍ଷୀଗୋପାଳ---- ଯେଉଁମାଟିରୁ ଜନ୍ମ ଗ୍ରହଣ କରିଥିଲା ସମାଜ ପତିକ୍ରା ଆଜି ଶତବାର୍ଷିକ ପାଳନ କରିଛି । ଏହି ଅବସରରେ ସତ୍ୟବାଦୀର ବକୁଳବନ ସ୍ଥିତ ପଞ୍ଚାସଖାଙ୍କ ସମାଧୀ ପୀଠରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାକୁ ସତ୍ଯବାଦୀ ଥାନା ଆଇଆଇସି ଜ୍ଯୋତି ପ୍ରକାଶ ସ୍ବାଇଁ ମୁଖ୍ଯ ଅତିଥୀ ଭାବରେ ଯୋଗଦେଇ ସମାଧିପୀଠରେ ଫୁଲ ଦୀପ ଦେବାସହ ପଦଯାତ୍ରାର ଶୂଭାରମ୍ଭ କରିଥିଲେ । ଶିକ୍ଷକ ସତ୍ଯବାଦୀ ଦାଶ ସଭାପତିତ୍ବ କରିଥିଲେ । ଅନ୍ଯତମ ଅତିଥୀ ଭାବରେ ଶିକ୍ଷକ ବିଜୟ କୁମାର ପରିଡା, ବିଜେଡି ବ୍ଳକ ସଭାପତି ରତିକାନ୍ତ ମିଶ୍ର , ଆଇନଜିବୀ ସୂଶାନ୍ତ ରଥ , ଯୁବ ସଂଗଠକ ଆଲୋକ ଖୁଣ୍ଠିଆ, ବଦ୍ରି ନାରାୟଣ ଖୁଣ୍ଠିଆ ପ୍ରମୁଖ ଯୋଗଦେଇ ହାତଲେଖା କାଗଜ ଦିନେ ପାହଡ ହେବାସହ ସମସ୍ତଙ୍କର ଆଦରର ଖବର କାଗଜ ସମାଜ ହୋଇଛି ବୋଲି ମତ ପ୍ରକାଶ କରିଥିଲେ । ଏହି ପଦଯାତ୍ରାରେ ଗୁରୂକୁଳର ଛାତ୍ର ମାନ ଅଁଶଗ୍ରହଣ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
SAMAJ RA SATABARSIKA ABASARA RE SATYABADI RE PADAJATRA
BY - DHIRENDRA SENAPATI
SAKHIGOPAL NEWS