Breaking News

ଗାନ୍ଧୀ ଜନ୍ମ ଜୟନ୍ତୀ ରେ ବ୍ଲକ ସଫେଇ

ସାକ୍ଷୀଗୋପାଳ---ବ୍ଲକ ପ୍ରଶାସନ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳନ ହେଇଯାଇଛି  । ଐହି ଅବସରରେ କାଦଦୁଆସ୍ଥିତ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଗ ପରିସରରେ ଥିବା ଗାନ୍ଧୀ ଓ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ  ବ୍ଳକ ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କାରଯାଇଥିଲା। । ଏହି ଅବସରରେ ବ୍ଲକ ସଭା ଗୃହରେ ଏକ ସଭା ର ଆୟୋଜନ କରାଯାଇଥିଲା।  । ଅନୁଷ୍ଠିତ ସଭାରେ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଅଧ୍ଯକ୍ଷତା କରିଥିବା ବେଳେ ବିଡିଓ ଗୌରବମୟ ପ୍ରଧାନ ଯୋଗଦେଇ ବ୍ଲକ ପରିସରକୁ ଆଜିର ପବିତ୍ର ଦିନରେ ସଫା କରିବା ପାଇଁ ପ୍ରସ୍ତାବ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏବିଡିଓ ସାରଦା ପ୍ରସନ୍ନ ମହାନ୍ତି , ଜିଲ୍ଳା ପରିଷଦ ସଭ୍ୟ ଧ୍ରୁବ ଦାସ , ଜିପିଓ ମଣ୍ଟୁ ସ୍ବାଇଁ , ଯୁବ ସଗଂଠକ ଶଙ୍କର ପ୍ରଧାନ , ସୁରେଶ କୁମାର ସାହୁ ପ୍ରମୁଖ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ନିତି ଆଦର୍ଶ ଉପରେ ନିଜ ନିଜର ମତ ରଖିଥିଲେ।  ସମ୍ବାଦଦାତା ଧୀରେନ୍ଦ୍ର ସେନାପତି

GANDHI JANMA JAYANTI RE BLOCK SAPHEI
BY - DHIRENDRA SENAPATI
SAKHIGOPAL NEWS

Blog Archive

Popular Posts