Breaking News

ଡେଲାଙ୍ଗ ବ୍ଳକରେ ଆମ ଗାଁ ଆମ ଆମ ବିକାଶ

ଡେଲାଙ୍ଗ---- ବହୁ  ବିଳମ୍ବରେ  ଡେଲାଙ୍ଗ ବ୍ଳକରେ " ଆମ ଗାଁ ଆମ ବିକାଶ " କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲେ ମଧ୍ଯ ଅଧିକ ଅର୍ଥ ହାତେଇବାରେ ସକ୍ଷମ ହୋଇଛି । ଏଥିରେ ୨୧ଟି ଗ୍ରାମ ପଞ୍ଚାୟତକୁ ୨୫୦ ଟି ପ୍ରକ୍ଳପକୁ ମଞ୍ଜୁର କରିବା ସହ ୫କୋଟି ୫୯ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ପ୍ରତି ଗ୍ରାମ ପଞ୍ଚାୟତର  ଜନ ସାଧାରଣଙ୍କ ମତ ନେଇ  ପ୍ରସ୍ତୂତ ହୋଇଥିବା ପ୍ରକ୍ଳପ ଗୁଡିକ ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ଯମନ୍ତୀ ଡେଲାଙ୍ଗର  ଉପସ୍ଥିତ ମହିଳା ଓ ପୁରୁଷ ମାନଙ୍କୁ ସ୍ଵାଗତ କରିବା ସହ ଅଭିନନ୍ଦନ ଜଣାଇଥିଲେ ।ଆପଣ ମାନେ ଦେଇଥିବା ପ୍ରକ୍ଳପ ଗୁଡିକ ମଞ୍ଜୁର କରିବା ସହ ତୁରନ୍ତ କାମଶେଷ କର ଓ ଭଲ କାମ କରିବାକୁ ମୁଖ୍ଯମନ୍ତୀ କହିଥିଲେ ।  ଏହି ଅର୍ଥ ହୋଉଛି ଆପଣଙ୍କର ଓ ଓଡିଶାବାସିଙ୍କର ବୋଲି କହିଥିଲେ । ଏହି କାର୍ଯ୍ଯକ୍ରମରେ  କୃଷି ଓପଞ୍ଚାୟତ ରାଜ ମନ୍ତୀ ପ୍ରଦୀପ ମହାରଥୀ , ଜିଲ୍ଳା ପ୍ରକ୍ଳପ ନିର୍ଦ୍ଧେଶକ ଡ,ଉର୍ଦ୍ଧ୍ବବ ଚନ୍ଦ୍ର ମାଝୀ ,ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବୈରାଗୁ ଜେନା , ବିଡିଓ କ୍ଷୀରୋଦ ପ୍ରଧାନ, ବ୍ଳକର ସହକାରୀ ଯନ୍ତୀ ଉମେଶ ସ୍ବାଇଁ, ପୂର୍ବତନ ବଡିଓ ଅଜୟ କୁମାର ପରିଡା, ସିଡିପିଓ କାମିନି ପ୍ରଭା ସ୍ବାଇଁ, ଜିଲ୍ଳାପରିଷଦ ସଭ୍ୟ ଦେବାଶିଷ ନନ୍ଦ , ମଳୟ ମହାନ୍ତି,ଡେଲାଙ୍ଗ ମିଶନ ଶକ୍ତି  ମହିଳା ମହା ସଂଘର ସମ୍ପାଦିକା ବାସନ୍ତୀ ସାହୁଙ୍କ ସହ ସଂଗଠନର ସମସ୍ତ ସଦସ୍ଯୀ , ବିଭିନ୍ନ ପଞ୍ଚାୟତର ସରପଞ୍ଚ୍ ଓ ସମିତି ସଭ୍ଯ , ଜିଲ୍ଳାପରିଷଦ ସଦସ୍ଯ ,  ଅଙ୍ଗନଵାଡି କେନ୍ଦ୍ରର କର୍ମଚାରୀ, ବିଯୁ ଯୁବବାହିନୀ ସଦ୍ଯସ  ଓ ବ୍ଳକର ସମସ୍ତ କର୍ମଚାରୀ ମାନେ  ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ୟ୍ୟକ୍ରମରେ ବିପୁଳ ସଂଖ୍ୟାରେ ମହିଳା ପୁରୁଷ ଯୋଗଦେଇଥିବାରୁ ମନ୍ତୀ ଶ୍ରୀ ମହାରଥୀ ସଯସ୍ତଙ୍କୁ ସ୍ବାଗତ କରିବା ସହ ସେମାନଙ୍କ ପାଖରେ କୋଟି ପ୍ରଣାମ ହୋଇଥିଲେ । ଶେଷରେ ଡେଲାଙ୍ଗ ବ୍ଳକର  ପଞ୍ଚାୟତର ସମିତି ଅଧ୍ଯକ୍ଷ ପ୍ରସନ୍ନ ସାହୁ ମୁଖ୍ଯମନ୍ତୀଙ୍କୁ କୃତଙ୍ଗତା ଓ ଧନ୍ଯବାଦ ଦେଇଥିଲେ । ଏହି ସମୟରେ ଉପସ୍ଥିତ  ମହିଳା ପୁରୁଷ ମୁଖ୍ଯମନ୍ତୀ ଜିନ୍ଦାବାଦ ହୁଳହୁଳିରେ ସଭାସ୍ଥଳ କମ୍ପି ଉଠିଥିଲା । ଡେଲାଙ୍ଗରୁ ଖବରଦାତା ଧୀରେନ୍ଦ୍ର ସେନାପତି

Blog Archive

Popular Posts