Breaking News

ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ରେ ଶିଶୁ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ସାକ୍ଷୀଗୋପାଳ----
ସତ୍ୟବାଦୀ ବ୍ଲକ ଏଲିମେଣ୍ଟାରୀ ଶିକ୍ଷକ ସମନ୍ବୟ ସମିତି ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କର ଜୟନ୍ତୀ ପାଳନ କରାଯାଇଥିଲା।ସଙ୍ଘର ପ୍ରତିଷ୍ଠା ଦିବସ ହୋଇଥିବାରୁ ସାକ୍ଷୀଗୋପାଳ ମନ୍ଦିର ପ୍ରାଙ୍ଗଣରେ ବୈଠକ ଅନୁଷ୍ଠିତ ହୋଇଥିଲା।  ଏହି ସଭାରେ ସଂଗଠନର ସଭାପତି ସୁକାନ୍ତ କୁମାର ମିଶ୍ର ଅଧକ୍ଷତା କରିଥିଲେ। ଗାନ୍ଧୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ସ୍ୱଚ୍ଛତା ଅବଲମ୍ବନ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା।ନିକଟସ୍ଥ ଆଚାର୍ଯ୍ୟ ହରିହର ଶିଶୁ ଭବନରେ ସତ୍ୟବାଦୀ ବ୍ଲକ ଏଲିମେଣ୍ଟାରୀ ଶିକ୍ଷକ ସମନ୍ବୟ ସମିତି ର ସମସ୍ତ କର୍ମ କର୍ତ୍ତାମାନେ ଉପସ୍ଥିତ ରହି ଶିଶୁଭବନର ଅନ୍ତୋବାସି ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ। ସମ୍ବାଦଦ୍ଦାତା ଧୀରେନ୍ଦ୍ର ସେନାପତି

GANDHI O SASTRI NKA JANMA JAYANTI RE SISU MANANKU PATHYA UPAKARAN BANTANA
BY - DHIRENDRA SENAPATI
SAKHIGOPAL NEWS

Blog Archive

Popular Posts