Breaking News

ତେଇଶିପୁର ଓ ଗୋବିନ୍ଦପୁର ବିଜୁ ଯୁବ ବାହିନୀର ବିଭିନ୍ନ କାର୍ଯ୍ଯକ୍ରମ ଅନୁଷ୍ଠିତ

ପିପିଲୀ--- ପିପିଲି ବ୍ଳକ ତେଇଶିପୁର ପଞ୍ଚାୟତର ବିଜୁ ଯୁବ ବାହିନୀ ପକ୍ଷରୁ ବାଲିଗାଁ ଠାରେ ସ୍ବଚ୍ଛତା ହିଁ ସୁସ୍ଥତା ଏବଂ ନିଶା କୁ ନା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ଯକ୍ରମରେ ମୂଖ୍ଯ ଅତିଥି ରୂପେ ପିପିଲି ବ୍ଳକର  ଆତ୍ମା ଅଧ୍ଯକ୍ଷ ତଥା ତେଇଶିପୁର ପଞ୍ଚାୟ୍ତ୍କର ସମିତିସଭ୍ଯ ଧରଣୀଧର ସାହୁ ଯୋଗ ଦେଇ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ଗଠନକରି  ବିଶେଷ ସଫଳତା ମିଳିଛି ବୋଲି କହିଥିଲେ ।  ସରପଞ୍ଚ ନରେନ୍ଦ୍ର ଦାଶ  ଏହି ସଚେତନତା କାର୍ଯ୍ଯକ୍ରମରେ ପ୍ରତି ଗାଁ କୁ ସ୍ବଚ୍ଛ ରଖିବା ଓ ନିଶାମୁକ୍ତ ଓଡିଶା ଗଠନ କରିବା ଉପରେ କାର୍ଯ୍ଯକ୍ରମ କରାଯାଊଛି  ବୋଲି କହିଥିଲେ   ।ବିଜୁ ଯୁବ ବାହିନୀ ସଭାପତି ନାରାୟଣ ଖଟେଇ ସମ୍ପାଦକ ଚନ୍ଦନ ରଥ କୋଷାଧ୍ୟକ୍ଷ ଆଶିଷ ଦାଶ ସମେତ ସମସ୍ତ ବିଜୁ ଯୁବ ବାହିନୀ ସଦସ୍ୟ ଉପସ୍ଥିତ ଥିଲେ । ସେହିପରି  ରାଜ୍ୟ ଯୁବ କଲ୍ୟାଣ ପରିଷଦ ସହଯୋଗରେ ଗୋବିନ୍ଦପୁର ପଞ୍ଚାୟତର  ବିଜୁ ଯୁବ ବାହିନୀ ତରଫରୁ ପଞ୍ଚାୟତର ଜାଗେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ , ପରିବେଷ ସ୍ୱଚ୍ଛତା ,ଏବଂ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ପାଇଁ ଏକ ସାଧାରଣ ସଭାର ଆୟୋଜନ  କରାଯାଇଥିଲା । ଏଥିରେ ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦକ ପ୍ରମୋଦ କୁମାର ମହାପାତ୍ର ଯୋଗ ଦେଇ ସ୍ୱଚ୍ଛତା ଉପରେ ବକ୍ତବ୍ୟ ଦେବା ସହ ସୁସ୍ଥ ପରିବେଶ ଗଠନ ପାଇଁ ଆମ ଅଞ୍ଚଳକୁ ସ୍ୱଚ୍ଛତା ରଖିବା ନିତ୍ୟ।ନ୍ତ ଆବଶ୍ୟକ ଏବଂ ଜଙ୍ଗଲ ଅବକ୍ଷୟରୁ ରକ୍ଷା କରିବା ପାଇଁ ବୃକ୍ଷ ରୋପଣ  ଏକମାତ୍ର ବାଟ ବୋଲି କହିଥିଲେ  ।ଏହାର ରକ୍ଷାଣ ବେକ୍ଷଣ ପାଇଁ ଯୁବ ଗୋଷ୍ଠିର ନିତ୍ୟନ୍ତ ଆବଶ୍ୟକା କହି ବିଜୁ ଯୁବ ବାହିନୀ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ  । ପରେ ପରିବେଶ ସ୍ୱଚ୍ଛତା ଓ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ପାଇଁ ବ୍ଲକ ଯୁବ ବିଜେଡି ଉପଦେଷ୍ଟା ଅଶୋକ କୁମାର ଦାସ ଙ୍କ ନେତୃତ୍ୱରେ ଏକ   ଜନତ୍ତତ୍କ ସଚେତନତା ରାଲି ପଞ୍ଚାୟତର ସବୁ ଗାଁ ପରି ଭ୍ରମଣ କରିଥିଲା । ବାହାରେ ସ୍ୱଚ ନ କରି ପାଇଖାନା ବ୍ୟବହାର , ଅଳିଆ ଅବର୍ଜନା ବାହାରେ ନ ଫିଙ୍ଗିବା ଉପଯୁକ୍ତ ସ୍ଥାନରେ ରଖି ସେଗୁଡିକ ଜାଳି ନଷ୍ଟ କରିଦେବା , ଏବଂ ପ୍ଳାଷ୍ଟିକ ବ୍ୟବହାର ନ କରି ପରିବେଶକୁ ପ୍ଳାଷ୍ଟିକରୁ ମୁକ୍ତ ରଖିବା ପାଇଁ ସଚେତନ କରାଯାଇଥିଲା ।  ପିପିଲିରୁ ବିଜୟ ମହାପାତ୍ର

Blog Archive

Popular Posts