Breaking News

ଗ୍ରାମକୁ ରାସ୍ତାନ କଲେ ଆଗାମି ଦିନରେ ଭୋଟ ବର୍ଜନ

ନିମାପଡା–-----ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବଡସିରୁଳା  ପଞ୍ଚାୟତର ଗବନାଳିଆ ଗ୍ରାମରେ ନା ନଳକୂପ ନା ରାସ୍ତା ର ସୁବିଧା ଅଛି। ଏହି ସମସ୍ୟା ବର୍ଷ ବର୍ଷ ଧରି ରହିଛି ।  ନିର୍ବାଚନ ସମୟରେ ମିଛ ପ୍ରତିଶ୍ରୂତି ମିଳେ । ଦେଶ ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ଯ ବି ଗାଁ ଟିର ଛବି ବଦୁଳୁ ନାହିଁ। ଗାଁ କୁ ରାସ୍ତା ନଥିବା ହେତୁ ଆମ୍ବୁଲାନ୍ସ ଆସିପାରୁ ନଥିବାରୁ ଏହି ଗାଁ ର ବୋହୂ ମାନେ  ଡେଲିଭରିର ମାସକ ପୂର୍ବରୁ ତାଙ୍କ ବାପାଙ୍କ ଘରେ ରହୁଥିବା ବେଳେ ଆଉ କେତେକ ଡେଲିଭରି ସମୟରେ  ଖଟିଆରେ ଯାଉ ଥିବାର ଦେଖିବାକୁ ମିଳିଥାଏ ।  ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେପରିକି ସାମାନ୍ୟ ବର୍ଷା ଯୋଗୁଁ ଆଣ୍ଟୁଏ ପାଣି ହୋଇ ଥିବାରୁ ଏହି ଗାଁ ର ଛାତ୍ରଛାତ୍ରୀ ମାନେ ସ୍କୁଲ ଓ କଲେଜ ଯିବା ସମୟରେ ବହୂ ଅସୂବିଧାର ସମ୍ଵୁଖୁନ ହୋଇଥାନ୍ତି । ଏହି ଅସୁବିଧା ଗୁଡିକର ସମାଧାନ ନହେଲେ ଗ୍ରାମବାସୀ ମାନେ ଆଗାମୀ ଭୋଟ ବର୍ଜ୍ଜନ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
କେନ୍ଦ୍ର ଓ ରାଜ୍ୟ ସରକାର ଏକାଧିକ ଯୋଜନା ପ୍ରଣୟନ କରିଛନ୍ତି। ଯେପରି ଜନ୍ମ ଠିରୁ ମୃତ୍ଯୁ ପ୍ରର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ ହେଉଛି। ଏହା କିଭଳି ଭାବରେ କାର୍ଯ୍ୟକାରି ହେଉଛି ଏହି ଗବନାଳିଆ ଗାଁ ରୁ ବାରିହେଉଚି । ରାଜ୍ୟ ସରକାର ଗାଁ କୁ ନେଇ ଅନେକ ଯୋଜନା କରିଛନ୍ତି ତାହା ସବୁ ବାଟବଣା ହୋଇଯାଇଛି।  ଗ୍ରାମ କୁ ରାସ୍ତା ଓ ପାନୀୟ ଜଳର ସୁବିଧା ନହେଲେ ଆଗାମୀ ୨୦୧୯ ନିର୍ବାଚନ ରେ ଭୋଟ ବର୍ଜ୍ଜନ କରିବାକୁ ଗ୍ରାମବାସିମାନେ ଦାବି କରିଛନ୍ତି । ଏବିସୟରେ  ବ୍ଲକ ଅଧ୍ୟକ୍ଷ କୁହନ୍ତି ମୁଁ ଏବେ  ଜାଣିଲି ଖୁବ ସିଘ୍ର ଯୁଦ୍ଧକାଳୀନ ମଧ୍ୟରେ ରାସ୍ତା, ପାନୀୟ ଜଳ ଉକ୍ତଗ୍ରାମରୁ ଦୂର ହେବ ବୋଲି ସେ  ପ୍ରତିଶ୍ରୁତି ଦେଇଛନ୍ତି  ।   ଦେଖିବାର ଅଛି ବ୍ଲକ ଅଧ୍ୟକ୍ଷ ଦେଇ ଥିବା କଥା କେବେ ପୃର୍ଣ୍ଣ ହୈବ ଓ ଗବନାଳିଆ   ଗ୍ରାମବାସୀଙ୍କ ମୁହଁରେ ହସ ଫୁଟିବ ଦେଖୀବାକୂ ରହିଲା । । ନିମାପଡାରୁ ଜୟନ୍ତ  ସେଠୀ ।

GRAMAKU RASTA NAKALE AAGAMI DINARE VOTE BARJANA
NIMAPADA 
BY - JAYANTA SETHI
SAKHIGOPAL NEWS

Blog Archive

Popular Posts