ବ୍ଳକ ସ୍ତରୀୟ ନୂତନ ରାଶନ କାର୍ଡ ବଣ୍ଟନ ମଳା
ଡେଲାଙ୍ଘ----– ଡେଲାଙ୍ଗ ବ୍ଳକ ସମିତି ସଭାଗୃହ ପରିସରରେ ବ୍ଳକ ସ୍ତରୀୟ ରାଶନ କାର୍ଡ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଉସ୍ଥବରେ ଜୃଷି ଓ ପଞ୍ଚାୟତ ରାଜ ମନ୍ତୀ ପ୍ରଦୀପ ମହାରଥୀ ଯୋଗ ଦେଇ ରାଜ୍ଯ ଖାଦ୍ଯ ସୁରକ୍ଷା ଯୋଜନା ମାଧ୍ଯମରେ କେହି ଅନାହରରେ ରହିବେ ନାହିଁ ବୋଲି ମୁଖ୍ଯମନ୍ତୀ ନବୀନ ପଟ୍ଟନାୟକ ନିଦ୍ଧେଶ ଦେବା ସହ ଏକ ଟଙ୍କାରେ ଚାଉଳ କାର୍ଡ ଯୋଗାଇ ଦିଆଯାଇଛି ବୋଲି କହିଥିଲେ । ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ବଣ୍ଟନ ମେଳା ଉସ୍ଥବରେ ସଭାପତିତ୍ବ କରିଥିଲେ । ଅନ୍ଯ ମାନଙ୍କ ମଧ୍ଯରେ ବିଡିଓ କ୍ଷୀରୋଦ ପ୍ରଧାନ , ପୂର୍ବତନ ବ୍ଳକ ଅଧ୍ଯକ୍ଷ ବୈରାଗି ଜେନା , ଡେଲାଙ୍ଗ ମୀଶନ ଶକ୍ତି ମହିଳା ମହାସଂଘର ସଭାନେତ୍ରୀ ବାସନ୍ତୀ ସାହୁ ପ୍ରମୁଖ ବଣ୍ଟନ ମେଳାରେ ଉପସ୍ଥିତ ରହିଥିଲେ । ଏହି ଅବସରରେ ୨୧ଟି ପଞ୍ଚାୟତରୁ ୭୧୫ ଜଣଙ୍କୁ ରାଶନ କାର୍ଡ ବଣ୍ଟନ ମନ୍ତୀ ଙ୍କ ଉପସ୍ଥତିରେ କରାଯାଇଥିଲା । ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ଓ ସମିତିସଭ୍ଯସଭ୍ଯା ମାନେ ଉପସ୍ଥିତ ରହିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି