ଭାରତ ବିକାଶ ପରିଷଦର ଅନ୍ନଦାନ ଉସ୍ଥବ
ସାକ୍ଷୀଗୋପାଳ–-- ସତ୍ଯବାଦୀ ଶାଖା ଭାରତ ବିକାଶ ପରିଷଦ ପକ୍ଷରୂ ଅନ୍ନଦାନ ଉସ୍ଥବ ଅନୁଷ୍ଠିତ ହୋଇଯାଇଛି । ସତ୍ଯବାଦୀ ତହସିଲ କାର୍ଯ୍ଯାଳୟ ନିକଟସ୍ଥ ଦଳିତବସ୍ତିରେ ଏହି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ବସ୍ତିର ଶତାଧିକ ଲୋକମାନଙ୍କୁ ଖାଦ୍ଯ ପରିବେଷଣ କରାଯାଇଥିଲା । ତହସିଲଦାର କସ୍ତୁରୀ ପ୍ରଧାନ, ଅତିରିକ୍ତ ତହସିଲଦାର ପ୍ରଶପ କୁମାରସାମନ୍ତରାୟ , ସଂଘର ସଭାପତି ସତ୍ଯବାଦୀଦାସ , ସତ୍ଯବାଦୀର ଆଇନଜିବୀ ସଂଘର ସଭାପତି ପ୍ରଶାନ୍ତ କୁମାର ନନ୍ଦ, ଆଇନଜିବୀ ଅଞ୍ଜନ କୁମାର ହୋତା , ସୁଶାନ୍ତ ରଥ, ରବୀନ୍ଦ୍ର ସାହୁ ପ୍ରମୂଖ ଅନ୍ନଦାନ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି