Breaking News

ପୁରୀ ରେଳ ପୋଲିସର ପିପିଲି ଓ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ଚଡଉ ଜାରି

ପିପିଲି----   ପୁରୀ ରେଳ ବିଭାଗ ପୁଲିସର ପୁରୀ ସମେତ ପିପିଲି, ଭୂବନେଶ୍ବର ଓ କଟକର  ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।   ଏହି ଟିମରେ ପୁରୀ  ରେଳଷ୍ଟେସନ ଥାନା ଅଧିକାରୀ ଗଗନ କୁମାର ଦାଶ ଖୋର୍ଦ୍ଧା ରେଳ ବିଭାଗର କ୍ରାଇମବ୍ରାଞ୍ଚ ଇନିସପେକ୍ଟର ପ୍ରଦିପ କୁମାର ନାଏକ ,ସବଇନ୍ସିପେକ୍ଟର ଅମିତ କୁମାର , ପୁରୀ ରେଳଥାନାର ସବଇନ୍ସପେକ୍ଟର  ପ୍ରଫୁଲ୍ଲ କୁମାର ରାଉଳ ସହିତ ୧୦ ଜଣିଆ ଟିମ ଚଡାଉରେ ସାମିଲ ହୋଇଛନ୍ତି ।  ଏହିଟିମ  ପିପିଲି ଥାନା ଅଧିନସ୍ଥ ବଧି ଗ୍ରାମରେ ବିଭିନ୍ନ ଯାଗରେ ଚୋରି ସାମଗ୍ରୀଥିବା ଖବରପାଇ ଚଢାଉ କରିଥିଲେ । ରେଳବିଭାଗ ରୁ ଚୋରି ହୋଇଥିବା 27 ଟି ବେଟେରି ମଧ୍ୟରୁ ଏକ ବେଟରି ପୋଖରୀରୁ ମିଳିଥିବା ସୂଚନା ମିଳିଛି  । ପୁରୀର ଜଣକୁ ଅଟକ ରଖାଯାଇ ତାଠାରୁ ଚୋରୀ ସାମଗ୍ରୀ ଓ ବେଟେରିକୁ ଜବତ କରାଯାଇଛି । ଏଥିରେ ଯେଉଁ ମାନେ ସମ୍ପୁକ୍ତ ସେମାନଙ୍କୁ ଖୋଜା ଚାଲିଛି ।  ଏହି ସଂକ୍ରାନ୍ତରେ କେଶ ନଂ ୮/୧୮ରେ ଏକ ମାମଲା ୩ (ଏ)ଆର ପି (ୟୁ ପି)  ଆକ୍ଟରେ ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି ରେଳ ବିଭାଗ ପୁଲିସ ଠାରୁ ସୂଚନା ମିଳିଛି ।
ପିପିଲିରୁ--- ବିଜୟ ମହାପାତ୍ର

Puri rly police Pipili , bbsr

Blog Archive

Popular Posts