Breaking News

ଫସଲ ପର୍ଯ୍ଯାୟ ଭିତ୍ତିକ ପ୍ରଶିକ୍ଷଣ ଶିବିର

ଡେଲାଙ୍ଗ----- ଡେଲାଙ୍ଗ ବ୍ଳକର କଁଅଳପଡା ଗ୍ରାମର ବୃନ୍ଦାବନ ଚନ୍ଦ୍ର ଦେବ ମନ୍ଦିର ପରିସରରେ ଜାତୀୟ ଖାଦ୍ଯ ନୀରାପତ୍ତା ମିଶନ ଖରିଫ ୧୮--୧୯ ବର୍ଷ ଯୋଜନାରେ ଫସଲ ପର୍ଯ୍ଯାୟ ଭିତ୍ତିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ ଜଣ ଚାଷୀ ଯୋଗଦେଇଥିଲେ । ଉପକୃଷି ନିର୍ଦ୍ଦେଶକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଆମ୍ମା ପୁରୀଙ୍କ ଆୟୋଜିତ ଶିବିର ଆରମ୍ଭରୁ ଗ୍ରାମ ଗହିରରେ ହୋଇଥିବା ଧାନ ଫସଲ ଚାଷୀ ଓ କୃଷି ଅଧିକାରୀ ମାନେ ରୋଗ ପୋକ ଲାଗିଥିବା ଶସ୍ୟକ୍ଷେତ୍ର ପରିଦର୍ଷନ କରିଥିଲେ । ଚାଷୀ ଓ ଅଧୀକାରୀ ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଶେଷରେ ଉପସ୍ଥିତ
କୃଷି ଅଧିକାରୀ ମାନେ ଚାଷୀ ମାନଙ୍କୁ କିପରି ରୋଗ ପୋକରୁ ଶସ୍ୟକ୍ଷେତ୍ର ରକ୍ଷା କରାଯାଇ ପାରିବ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।  ବ୍ଳକ କୃଷିସହ ଅଧିକାରୀ ରାକେଶ ରାଉତ, ସୋନାଲୀ ମିଶ୍ର , ବିଟିଏମ ଞ୍ଜାନ ରଂଜନ ହରିଚନ୍ଦନ ଓ ଶୂଭେନ୍ଦୁ ନାୟକ କ୍ଷେତ୍ର ବିଞାନି ସାକ୍ଷୀଗୋପାଳର ଯୋଗଦେଇଥିଲେ । ଆଲୋକମୟ ହରିଚନ୍ଦନ , କାର୍ତ୍ତିକେଶ୍ବର ସାମନ୍ତରାୟ  ସୁଜିତ ଛୋଟରାୟ ଶିବିର ପରିଚାଳନା କରିଥିବା ବେଳେ ରତି ରଂଜନ ଛୋଟରାୟ ଧନ୍ଯବାଦ ଦେଇଥିଲେ । ଡେଲାଙ୍ଗରୁ  ଧୀରେନ୍ଦ୍ର ସେନାପତି          

  Agricultural  Meeting

Blog Archive

Popular Posts