Breaking News

ସର୍ଦ୍ଧାର ବଲ୍ଳଭ ଭାଇ ପଟେଲଙ୍କ ଜୟନ୍ତୀରେ ଗଣଦୌଡ

ସାକ୍ଷୀଗୋପାଳ ----- ଲୌହପୁରୁଷ ସର୍ଦ୍ଧାର ଭାଇ ପଟେଲଙ୍କ ଜୟନ୍ତୀ  ତଥା ରାଷ୍ଟୀୟ ଏକତା ଦିବସ ଅବସରରେ ସତ୍ଯବାଦୀ ମଣ୍ଡଳ ବିଜେପି ପକ୍ଷରୁ ଏକ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ସତ୍ଯବାଦୀ ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚାର ସଭାପତି ହରିହର ସ୍ବାଇଁ ଏହି ଗଣଦୌଡର ଆୟୋଜନ କରିଥିଲେ ।  ମଣ୍ଡଳ ସଭାପତି ସୁରେନ୍ଦ୍ର ପଧାନ ପତକା ହଲାଇ ମଧୁବନ ପଞ୍ଚାୟତ ମେଳଣ ପଡିଆ ଠାରୁ ଗଣଦୌଡର ଶୁଭାରମ୍ଭ କରିଥିଲେ । ଗଣଦୌଡଟି ମଧୁବନ ମେଳନ ପଡିଆ ଦେଇ ହାଟପଡା, ବାଲିକୁଦ ଓ ସୁଜିପୁର ହୋଇ ପ୍ରାୟ ଦୁଇ କିଲୋମିଟର  ପରିକ୍ରମା କରି  ମେଳନ ପଡିଆଠାରେ ପହଞ୍ଚିଥିଲା । ଏଥିରେ କୁମର ସାହୁ,ମାଧବ ସ୍ବାଇଁ,ବିପିନି ମହାନ୍ତି, ସୁଧୀର ପରିଡା, ପ୍ରଭାକର ସାହୁ ,ରବି ସାହୁ ଓପୂର୍ଣ୍ଣଚନ୍ଦ୍ର ବିଶ୍ବାଳ ପ୍ରମୁଖ ଯୋଗଦେଇଥିଲେ । ଏହି ଗଣଦୌଡ ସର୍ଦ୍ଧାର ବଲ୍ଳବ ଭାଇ ପଟେଲଙ୍କ ସ୍ମୁତି ପରିଷଦ ପକ୍ଷରୁ ସହାୟତା କରିଥିଲା ।  ସାକ୍ଷୀଗୋପାଳରୂ ଧୀରେନ୍ଦ୍ର ସେନାପତି
SARDAR BALLABH BHAI PATTEL NKA JAYANTI RE GANADAUDA 
BY - DHIRENDRA SENAPATI ( SAKHIGOPAL )
SAKHIGOPAL NEWS

Blog Archive

Popular Posts