ସାପ କାମୁଡାରେ ଜଣ୍ଙ୍କର ମୃତ୍ଯୁ
ଡେଲାଙ୍ଗ ---ଡେଲାଙ୍ଗ ଥାନା ଅନ୍ତର୍ଗତ ଚାଇଁପୁର ଗ୍ରାମର ଗୋଲଖ ମାଣ୍ଡିଆ (୫୦)ଙ୍କର ସାପ କାମୁଡାରେ ମୃତ୍ଯୁ ହୋଇଯାଇଛି । ଗୋଲଖ ଘରେ ଶୋଇଥିବା ସମୟ ସାପ କାମୁଡି ଦେଇଥିଲା । ସେ ପରିବାର ଲୋକଙ୍କୁ ଡାକିଥିଲେ ପରିବାର ଲୋକେ ଆସି ଦେଖିଲା ବେଳକୁ ଏକ ରଣା ସାପ କାମୁଡି ଥିବାର ଜଣାପଡିଥିଲା । ଗୋଲଖଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବର ୬ନଂ ମେଡିକାଲକୁ ନିଆ ଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ୍ଯୁ ଘୋଷଣା କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି